ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ଗଞ୍ଜାମ (୧୩ ଫେବୃଆରୀ ୨୦୨୬): ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆଜି ସକାଳ ପ୍ରାୟ ୯.୨୫ ସମୟରେ ଭଞ୍ଜନଗର ଥାନା ଏସ.ଆଇ. ଏସ.କେ. ସେଠୀ ଓ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡେଜାୟାର କାର୍କୁ (ନମ୍ବର- OD 03 L 2444) ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪ଟି ବଡ଼ ବ୍ୟାଗ୍ରେ ରଖାଯାଇଥିବା ଗଞ୍ଜେଇ ଉଦ୍ଧାର କରାଯାଇଥିଲା।
ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଗୋପୀକାନ୍ତପୁର ଗ୍ରାମର ମନୋଜ କୁମାର ଦାଶ (ପିତା- ରବୀନ୍ଦ୍ର ଦାଶ) ବୋଲି ଚିହ୍ନଟ ହୋଇଛି। ପୋଲିସ ପଚରାଉଚରା ସମୟରେ ସେ ସ୍ୱୀକାର କରିଛି ଯେ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରୁ ଏହି ଗଞ୍ଜେଇ ଆଣି ସେ ପୁରୀର ନିମାପଡ଼ା ଅଞ୍ଚଳକୁ ଚୋରା ଚାଲାଣ କରୁଥିଲା।
ଭଞ୍ଜନଗର ଆଇଆଇସି ଜୀବାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯାଉଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ସାମଗ୍ରୀ ଜବତ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ: ୧୦୬.୬୫୦ କିଲୋଗ୍ରାମ । ସହିତ ମାରୁତି ସୁଜୁକି ଡେଜାୟାର ଗାଡ଼ି (OD 03 L 2444)
ନଗଦ ଟଙ୍କା: ୧୨୦୦ ଟଙ୍କା
ମୋବାଇଲ୍: ଗୋଟିଏ ଭିଭୋ ସ୍ମାର୍ଟଫୋନ୍
ରାଜ୍ୟ
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ରୁ ୧୦୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
- Hits: 11








