ଓଡ଼ଗାଁ, ୧୩।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ ଶୁକ୍ରବାର କୃଷିଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଆବେଦନ କାରି ଏଥିରେ ଅଂଶଗ୍ରହଣ କରି ୠଣ ନେବା ଏବଂ ଶୁଝିବାର ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀ ସବିଶେଷ ଭାବେ ଆଲୋଚନା କରିଥିଲେ । ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବା ପରେ ଅନେକ ଋଣ ଗ୍ରହଣ ନିମନ୍ତେ ଆବେଦନ କରିଥିଲେ । ଆବେଦନକାରୀଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ନଥିପତ୍ର କୁ ଯାଞ୍ଚ୍ କରିବା ପରେ କେଉଁମାନଙ୍କୁ ୠଣ ପ୍ରଦାନ କରିଯିବ ସେନେଇ ଜଣାଇଦିଆଯିବ ବୋଲି ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଆବେଦନ କାରୀ ମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଫିଲ୍ଡ ଅଫିସର ଦୀପ୍ତିରଞ୍ଜନ ରଥ, ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର ଦୀପକ୍ ରୁଦ୍ର ବେହେରା, କୋଡିନେଟର ଶୁଭଜ୍ୟୋତି ସାମନ୍ତରାୟଙ୍କ ମଞ୍ଚାସୀନ ଥିବା ବେଳେ ବ୍ୟାଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
କୃଷିଋଣ ଆବେଦନ ମେଳା
- Hits: 8








