ହେଡଲାଇନସ୍:

‘ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ’ର ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତନରଡା ଗୋଶାଳା ଛକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ୧୩/୦୨/୨୦୨୬ ଶୁକ୍ରବାର ଦିବସ ରେ ‘ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ’ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ କାଳୁ ଚରଣ ସାହୁ ଯୋଗଦେଇ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
​ସଂଘର ସଭାପତି ଶ୍ରୀ ବବ୍ରୁବାହାନ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ: ​ସମ୍ପାଦକ: ଶ୍ରୀ କେଶବ ଆଚାର୍ଯ୍ୟ
​ସହ-ସମ୍ପାଦକ: ଶ୍ରୀ ବାଲ୍ମୀକି ଗୌଡ଼
​କୋଷାଧ୍ୟକ୍ଷ: ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସଂଘର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ​ଏହି ଅବସରରେ ସଂଘ ପକ୍ଷରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଲୋକ ନୃତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ଗୁରୁ ଶ୍ରୀଯୁକ୍ତ ଧୋବା ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତାଙ୍କର କଳା ପ୍ରତି ଥିବା ନିଷ୍ଠା ଅନ୍ୟ କଳାକାରଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ​ତତ୍ ସହିତ ବରିଷ୍ଠ ବୟୋଜ୍ୟେଷ୍ଠ କଳାକାର ଧୋବା ପ୍ରଧାନ ଙ୍କୁ ମଧ୍ୟ ବିଶିଷ୍ଟ ଭାବରେ ସମ୍ମାନିତ କରାଯାଇଥିଲା। ଏହି ବୈଠକରେ ନୀଳ ମାଧବ ସ୍ୱାଇଁ, ପ୍ରମୋଦ କୁମାର ଦାସ, ନାରାୟଣ ପାତ୍ର, ଗୌର ହରି ସ୍ୱାଇଁଙ୍କ ସମେତ ଉପଦେଷ୍ଟା ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଶାସକ ପ୍ରଶାସକ ଖବରକାଗଜ ର ସାମ୍ବାଦିକ ଉଦୟ ନାଥ ପଣ୍ଡା ଓ ସନ୍ତୋଷ କୁମାର ଜେନା ଉପସ୍ଥିତ ଥିଲେ। ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବର୍ଗର ଶତାଧିକ କଳାକାର ଏହି ବୈଠକରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault