ହେଡଲାଇନସ୍:

କଂସାରୀଗୁଡାରେ ଶିବରାତ୍ରି ପୂର୍ବରୁ ସାଂସ୍କୃତିକ ରଙ୍ଗରେ ରଙ୍ଗିଲା ସ୍ୱାଗତ ଉତ୍ସବ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକର କଂସାରୀଗୁଡା ଗ୍ରାମ ଶିବରାତ୍ରିର ପବିତ୍ର ପର୍ବକୁ ଆଗମନ କରି ସାଂସ୍କୃତିକ ରଙ୍ଗରେ ମାତିଉଠିଲା। ଆଦିତ୍ୟ ଆଲୁମିନା ବିସ୍ଥାପିତ ପରିବାରଙ୍କ ପକ୍ଷରୁ କମ୍ପାନୀର ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗଙ୍କୁ ଉଦ୍ଦେଶ୍ୟ କରି ଆୟୋଜିତ ଅଭିନନ୍ଦନ ଓ ସ୍ୱାଗତ କାର୍ଯ୍ୟକ୍ରମ ଉତ୍ସାହ, ଆଡମ୍ବର ଓ ଆନନ୍ଦରେ ଭରିଯାଇଥିଲା।
ଗ୍ରାମର ମଞ୍ଚରେ ଫୁଲମାଳ ଓ ଆଲୋକସଜ୍ଜାରେ ଆଲୋକିତ ହୋଇଥିବାବେଳେ ଛୋଟ ଛୋଟ ଝିଅମାନେ ପାରମ୍ପରିକ ଆଦିବାସୀ ପୋଶାକ ପିନ୍ଧି ମନୋହର ନୃତ୍ୟ ପ୍ରଦର୍ଶନ କରିଥିଲେ। ସଙ୍ଗୀତର ମଧୁର ସ୍ୱର ଓ ନୃତ୍ୟର ଲୟରେ ସମଗ୍ର ପରିବେଶ ଭକ୍ତି ଓ ଭାବନାରେ ଭିଜିଯାଇଥିଲା। ଶିବରାତ୍ରି ପୂର୍ବରୁ ଏହି ସାଂସ୍କୃତିକ ମିଳନମେଳା ଗ୍ରାମରେ ଏକ ଅଲଗା ଆନନ୍ଦ ଆଣିଥିଲା।
କାର୍ଯ୍ୟକ୍ରମରେ ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗଙ୍କ ସହ ଶ୍ରୀମତୀ ହେନା ବେଗ, ଶ୍ରୀ ରମେଶ ଦେବୁଡା, ସିଏସଆର ମୁଖ୍ୟ ଶ୍ରୀ ତନ୍ମୟ ମହାନ୍ତି ଓ ମାଇନ୍ସ ହେଡ୍ ଶ୍ରୀ ମନ୍ତୁରଜୟ ଲେଙ୍କା ଉପସ୍ଥିତ ଥିଲେ। ସେମାନେ ଅଞ୍ଚଳର ଉନ୍ନତି, ରୋଜଗାର ସୃଷ୍ଟି ଓ ସାମାଜିକ କଳ୍ୟାଣ ନେଇ ନିଜ ମତାମତ ପ୍ରକାଶ କରିଥିଲେ। ୟୁନିଟ୍ ହେଡ୍ ଶ୍ରୀ ବେଗ କହିଥିଲେ, “କମ୍ପାନୀର ଅନେକ ସ୍ଥାନରେ କାର୍ଯ୍ୟ ହେଉଥିଲେ ମଧ୍ୟ କଂସାରୀଗୁଡା ପରି ଶାନ୍ତି, ସମନ୍ୱୟ ଓ ସହଯୋଗର ଦୃଶ୍ୟ ଅନ୍ୟତ୍ର ଦେଖିବାକୁ ମିଳେନି।” ତାଙ୍କ ଏହି କଥା ଗ୍ରାମବାସୀଙ୍କ ମନରେ ଗର୍ବ ଓ ଆତ୍ମବିଶ୍ୱାସର ନୂତନ ଆଲୋକ ଜଳାଇଦେଇଥିଲା।
ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଡଉଲ ରତ୍ନ ଚୌଧୁରୀ, ବିଦ୍ୟାରତ୍ନ ଚୌଧୁରୀ, ରାଜେନ୍ଦ୍ର ଦୁରିଆ, ବିପିନ ମାଣ୍ଡିଙ୍ଗା, ଅଗସ୍ତି ହଳବା, ଜ୍ୟୋତି ରତ୍ନ ଚୌଧୁରୀ, ମଧୁରତ୍ନ ଚୌଧୁରୀ, ଲକ୍ଷ୍ମଣ ରତ୍ନ ଚୌଧୁରୀ, ସଂଜୀବ ବାଗ ଓ ଗ୍ରାମର ସୁଶାନ୍ତ ରତ୍ନ ଚୌଧୁରୀ, ରମେଶ ଝୋଡିଆ, ରାଜୀବ ଝୋଡ଼ିଆ, ପାଇକୁ ଝୋଡ଼ିଆଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଶିବରାତ୍ରି ପୂର୍ବରୁ ଏପରି ସାଂସ୍କୃତିକ ସମ୍ମିଳନ କେବଳ ଏକ ସ୍ୱାଗତ ଉତ୍ସବ ନୁହେଁ; ଏହା କମ୍ପାନୀ ଓ ବିସ୍ଥାପିତ ପରିବାରମାନଙ୍କ ମଧ୍ୟରେ ଆସ୍ଥା, ସମ୍ପ୍ରୀତି ଓ ଭଲପାଇବାର ଏକ ମଜବୁତ ସେତୁ ଗଢ଼ି ତୋଳିଛି। କଂସାରୀଗୁଡା ଆଜି ପ୍ରମାଣ କରିଦେଇଛି ଯେ ଏକତା ଓ ସମନ୍ୱୟ ଥିଲେ ଉନ୍ନତିର ପଥ ସଦା ଖୋଲା

0
0
0
s2sdefault