ହେଡଲାଇନସ୍:

ଘେଁସ ବନ୍ୟାଂଚଳ ବିଭାଗର ଚଢ଼ାଉ : ମିଲ୍ ସହ ଦୁଇ ଟ୍ରାକ୍ଟର ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମ ପଂଚାୟତର କଲେ ରାମପୁର ଅଞ୍ଚଳରେ ଶୁକ୍ରବାର ଦିନ ଘେଁସ ବନ୍ୟାଂଚଳ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବନ୍ୟାଂଚଳ ଅଧିକାରୀ ବିଜୟୀଲକ୍ଷ୍ମୀ ପଟେଲଙ୍କ ନେତୃତ୍ୱରେ ଦୁଇଟି ଦଳ ଗଠନ କରି ଏହି ଅଭିଯାନ ଚାଲିଥିଲା। ଗୁପ୍ତ ସୂଚନାର ଆଧାରରେ ବିଭାଗୀୟ ଦଳ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିବା ସୂଚନା ମିଳିଛି।ଚଢ଼ାଉ ସମୟରେ ଅବୈଧ ଭାବେ କାଠ କଟା ଓ ପରିବହନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଗୋଟିଏ କାଠ ଚେରା ମିଲ୍ ଓ ଦୁଇଟି ଟ୍ରାକ୍ଟରକୁ ବନ୍ୟାଂଚଳ ବିଭାଗ ଜବତ କରିଛି। ଘଟଣାସ୍ଥଳରୁ କିଛି ପ୍ରସ୍ତୁତ କାଠ ଓ ଯନ୍ତ୍ରପାତି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଅଭିଯାନ ସମୟରେ କିଛି ବ୍ୟକ୍ତି ଜାଗା ଛାଡ଼ି ପଳାଇଯାଇଥିବା ଜଣାପଡିଛି।
ବନ୍ୟାଂଚଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଅବୈଧ କାଠ କଟା ଓ ପରିବହନ ଚାଲିଥିବା ନେଇ ଅଭିଯୋଗ ମିଳୁଥିଲା। ପରିବେଶ ସୁରକ୍ଷା ଓ ବନ ସମ୍ପଦର ସୁରକ୍ଷା ପାଇଁ ଏହିପରି ଅଭିଯାନ ଆଗାମୀଦିନରେ ମଧ୍ୟ ଜାରି ରହିବ ବୋଲି ଅଧିକାରୀମାନେ ସଚେତନ କରିଛନ୍ତି। ଜବତ ହୋଇଥିବା ମିଲ୍ ଓ ଯାନବାହନଗୁଡ଼ିକୁ ଘେଁସ ବନ୍ୟାଂଚଳ କାର୍ଯ୍ୟାଳୟକୁ ନେଇ ଆଇନଗତ ପଦକ୍ଷେପ ଆରମ୍ଭ କରାଯାଇଛି।

0
0
0
s2sdefault