ହେଡଲାଇନସ୍:

ନିଶା କାରବାରକୁ ବିରୋଧ କରିବାରୁ ଯୁବକ କୁ ମାରଣାନ୍ତକ ଆକ୍ରମଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଖଲ୍ଲିକୋଟ ଥାନା ଅର୍ନ୍ତଗତ ଲଙ୍ଗଳେଶ୍ୱର ଗାଦିଶ୍ଵର ମନ୍ଦିର ନିକଟରେ ବହୁ ଦିନ ଧରି ବିଭିନ୍ନ ପ୍ରକାରର ନିଶା କାରବାର ଚାଲିଥିବା ବେଳେ ଉକ୍ତ ଗ୍ରାମର ବିକାଶ ଦାସ ନାମକ ଜଣେ ଯୁବକ ବିରୋଧ କରି ଆସୁଥିଲେ ଓ ପୁର୍ବରୁ ଥରେ ସାମାନ୍ୟ ଆକ୍ରମଣ କରିଥିଲେ। ପୁଣି ଗତକାଲି ସନ୍ଧ୍ୟାରେ ବିକାଶ ନିକଟସ୍ଥ ଓଭରବ୍ରିଜ୍ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍ ୩ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ରେ ଆଘାତ କରି ତାଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ବିକାଶ କୁ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault