ହେଡଲାଇନସ୍:

ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ: ୧୨ ଦଫା ଦାବିରେ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା )ଶାସକ ପ୍ରଶାସକ: ​ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ରେ ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଦିଆଯାଇଥିବା 'ଭାରତ ବନ୍ଦ' ଡାକରାର ବ୍ୟାପକ ପ୍ରଭାବ ଭଞ୍ଜନଗର ସହରରେ ଦେଖିବାକୁ ମିଳିଛି। ୧୨ ଗୋଟି ଶ୍ରମିକ ସଂଗଠନ ସମେତ କଂଗ୍ରେସ, ବିଜେଡି ଏବଂ ବିଭିନ୍ନ ବାମପନ୍ଥୀ ଦଳର ସମର୍ଥନରେ ସହରର ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରହିଥିଲା। ବ୍ୟାଙ୍କ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସ୍ୱତଃପୂର୍ତ୍ତ ଭାବେ ନିଜ ନିଜର ଶଟର ପକାଇ ବନ୍ଦକୁ ସମର୍ଥନ ଜଣାଇଥିଲେ।
​ପରିବହନ: ବସ୍ ଚଳାଚଳ ଓ ପେଟ୍ରୋଲ ପମ୍ପ ବନ୍ଦ ରହିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
​ଆନ୍ଦୋଳନକାରୀମାନେ ସରକାରଙ୍କ "ଦୁଇ ମୁହାଁ ନୀତି" କୁ ସମାଲୋଚନା କରିବା ସହ ୧୨ ଦଫା ଦାବି ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ:
​କୃଷି ଆଇନ ଓ ଶ୍ରମିକ ମାରଣ ନୀତିର ବିରୋଧ।
​ଶିକ୍ଷା ଆଇନରେ ସଂଶୋଧନ।
​ଶ୍ରମିକଙ୍କ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟା ସୀମିତ ରଖିବା ଓ ମଜୁରୀ ବୃଦ୍ଧି।
​ଶ୍ରମିକମାନଙ୍କୁ ସରକାରୀ ଭତ୍ତା ପ୍ରଦାନ।
​ଏହି ବନ୍ଦ ଡାକରା ସମୟରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ହାତରେ ପ୍ଲାଗ କାର୍ଡ ଧରି ସହର ପରିକ୍ରମା କରିବା ସହ ଜନସାଧାରଣଙ୍କ ସହଯୋଗ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଆଇଏମ୍‌ଏଲ୍ ର ଗଞ୍ଜାମ ଜିଲ୍ଲା ସମ୍ପାଦକ ନିରାକାର ନାୟକ, ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଦିଲ୍ଲୀପ ପଗଡ଼, ସିପିଏମ୍ ନେତା ଅଭିମନ୍ୟୁ ଗୌଡ଼, ବରିଷ୍ଠ କଂଗ୍ରେସ ନେତା ଦେବୀ ବିଷୋୟୀ, ପ୍ରଶାନ୍ତ ବିଷୋୟୀ ଏବଂ କୃଷକ ନେତା ଦୀନବନ୍ଧୁ ଜେନା ପ୍ରମୁଖ ସାମିଲ ହୋଇଥିଲେ। ​ସହରବାସୀଙ୍କ ସ୍ୱତଃପୂର୍ତ୍ତ ସମର୍ଥନ ଯୋଗୁଁ ଆଜିର ଏହି ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବା ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି।

0
0
0
s2sdefault