ହେଡଲାଇନସ୍:

ଜଳବାୟୁ ପରିବର୍ତ୍ତନ ସହନଶୀଳତା ଦିଗରେ ପାରମ୍ପରିକ ଦେଶୀୟ ବିହନର ଭୂମିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତି ଜିଲ୍ଲାର ମୋହନା ବ୍ଲକ ଅଧୀନରୁ ପାଲକୁଆ ଗ୍ରାମରେ VIEWS NGO ଦ୍ବାରା DASRA ସଂଗଠନର ସହଯୋଗରେ ଜଳଦାୟୁ ସହନଶୀଳ କୃଷି ବିଷୟରେ ଏକ ପରାମର୍ଶ କାର୍ଯ୍ୟକ୍ରମ ସହ ଦେଶୀ ବିହନ ମେଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଜନଜାତି ସମୁଦାୟ ମଧ୍ୟରେ ପରିବେଶ ଉପଯୋଗୀ ଓ ଜଳବାୟୁ ଅନୁକୂଳ କୃଷି ପ୍ରଚାର କରିବା ସହ ଦେଶୀ ବିହନର ସୁରକ୍ଷା ଓ ସଂରକ୍ଷଣକୁ ଶକ୍ତିଶାଳୀ କରିବା।

କାର୍ଯ୍ୟକ୍ରମଟି ଏକ ରଙ୍ଗିକ ପଦ ଯାତ୍ରା ସହ ଆରମ୍ଭ ହୋଇଥିଲା। ଏହି ପଦ ଯାତ୍ରାରେ 25ଟି ଗ୍ରାମରୁ ପ୍ରାୟ 200 ଜଣ ମହିଳା ଚାଷୀ ଉତ୍ସାହର ସହ ଯୋଗଦେଇଥିଲେ। ପାରମ୍ପରିକ ପୋଷାକ ପିନ୍ଧିଥିବା ମହିଳାମାନେ ମାଟିର ହାଣ୍ଡିରେ ଦେଶୀ ବିହନ ନେଇ ଯାତ୍ରା କରିଥିଲେ। ଏହା ବିହନ ପ୍ରାଧୀନତା, ସମୁଦାୟ ଅଧୁକାର ଓ ପାରମ୍ପରିକ ଫସଲ ପ୍ରଜାତିର ସୁରକ୍ଷାର ପ୍ରତୀକ ଥିଲା । ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ ସହ ଏହି ପଦ ଯାତ୍ରା ଏକତା, ସହନଶୀଳତା ଓ ଦେଶୀ କୃଷି ପରମ୍ପରା ପ୍ରତି ଗର୍ବଳ ସନ୍ଦେଶ ପ୍ରସାର କରିଥିଲା।

ଦେଶୀ ବିହନ ମେଳା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ VIEWS ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧୁକାରୀ ଶ୍ରୀଯୁକ୍ର ଗୁନୀଲ କୁମାର ପ୍ରଦେଇ ପରିଚାଳନା କରିଥିଲେ । ଏଠାରେ ବିଭିନ୍ନ ପାରମ୍ପରିକ ବିହନ ପ୍ରଜାତିକୁ ସମୁଡିକ ଭାବେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରୟାସ ମାଧ୍ୟମରେ ଦେଶୀ ବିହନର ଗୁରୁତ୍ୱ ଉଲ୍ଲେଖ କରାଯାଇଥୁଲା, କାରଣ ଏହି ବିଜନଗୁଡ଼ିକ ସ୍ଥାନୀୟ ପରିବେଶ ଓ ମାଟି ପାଇଁ ଅନୁକୂଳ କମ୍ ବାହ୍ୟ ବଳରେ ଚାଷ ହୁଏ ଏବଂ ଖାଦ୍ୟ ସୁରକ୍ଷା ସହ ପୃଷ୍ଟି ସୁରକ୍ଷା ଦେଇଥାଏ।

ମୁଖ୍ୟ ଅଧୁବେଶନରେ ଅତିଥୁମାନେ ଯଥା ଶ୍ରୀଯୁକ୍ତ ସୁଧୀର କୁମାର ନାୟକ, READ, ଶ୍ରୀଯୁକୁ ଏକାଦଶୀ ନନ୍ଦି, NCNF, ଶ୍ରୀଯୁକ୍ତ କାର୍ତିକ ନାୟକ, BPM ମୋହନା ବ୍ଲକ, ଶ୍ରୀଯୁକ୍ତ ଶିବାନନ୍ଦ ସିଂ, BPC, ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, Ranger, ମୋନା Forest Range, ଡକ୍ଟର ମହମଦ ସମ୍ରାନ ଅଲ୍ଲୀ, NCNF ଏବଂ ଅନ୍ୟ ସ୍ବେଛାସେବୀ ଅନୁଷ୍ଠାନ କର୍ମବର୍ଷା ଜନବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ମାଟିର ଉର୍ବରତା ହ୍ରାସ ଓ ରାସାୟନିକ ସାର ଉପରେ ଚଢୁଥ‌ିବା ନିର୍ଭରଶୀଳତା ବିଷୟରେ କିନ୍ତୁ ବ୍ୟକ୍ତି କରିଥିଲେ। VIEWS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍. ଭୀମା ରାଓ ଜଳବାୟୁ ସହନଶୀଳ ବୃଷି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ। ସେ ଜୈବିକ ଚାଷ, ପ୍ରାକୃତିକ ସମ୍ପଦ ପରିଚାଳନା, ଜୈବ ବିବିଧତା ସୁରକ୍ଷା ଓ କୃଷି କ୍ଷେତ୍ରରେ ମହିଳା ନେତୃତ୍ୱକୁ ମଜବୁତ କରିବା ଉପରେ ଜୋର ଦେଇଥିଲେ।

ଦେଉଳଝାନି ଗ୍ରାମର VDC ସଭାପତି ଶ୍ରୀମତୀ ସୁବାସିନୀ ରଉଜଙ୍କ ଅନୁପ୍ରେରଣାଦାୟକ ଭାଷଣ କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା। ସେ ନିଜ ଅଭିଜ୍ଞତା ଆଦାନ ପ୍ରଦାନ କରି ଜଳବାୟୁ ସହନଶୀନ ପଦ୍ଧତି ଆପଣାଇବା ଓ ଦେଶୀ ବିହନ ସଂରକ୍ଷଣ ବିଷୟରେ କଳିଥିଲେ। ତାଙ୍କ ଭାଷଣ ଅନ୍ୟାନ୍ୟ ମହିଳା ଚାଷୀମାନଙ୍କୁ ସୁସୂୟୀ କୃଷି ପ୍ରଚାରରେ ନେତୃତ୍ବ ନେବାକୁ ପ୍ରେରଣା ଦେଇଥିଲା।

ବିଶେଷଜ୍ଞ ଓ ଅତିଥିମାନେ ରାସାୟନିକ ସାର ବ୍ୟବହାର କମାଇ ଜୈବିକ ବିକଳ୍ପ ଆପଣାଇବା ଓ ପାରମ୍ପରିକ ବିହନ ପ୍ରଣାଳୀକୁ ସୁରକ୍ଷା କରିବା ଉପରେ କୋର ଦେଇଥିଲେ, ଯାହା ଜଳବାୟୁ ବିପଦକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଡ଼ା, ମହପ୍ରଦ ସମ୍ରାନ ଆର୍ଲିଙ୍କ ଉତ୍ସାହରରା ସଙ୍ଗୀତ କାର୍ଯ୍ୟକ୍ରମକୁ ଅଧିକ ସଜୀବ କରିଥିଲା ଓ ପରିବେଶ ଉପଯୋଗୀ କୃଷିର ସନ୍ଦେଶକୁ ଶକ୍ତିଶାଳୀ କରିଥିଲା।

ଏହି ଅବସରରେ ଶ୍ରେଷ୍ଠ ମହିଳା ଚାଷୀ, ସୂୟଂ ସହାୟତା ଗୋଷ୍ଠୀ ଓ ସମୁଦାୟ ନେତୃତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମୟରେ ଗ୍ରାମୀଣ ନେତୃତ୍ୱର ଗୁରୁତ୍ୱକୁ ଉଜାଗର କରାଯାଇଥିଲା। ପଢିବେଶ ସୁରକ୍ଷାରେ ଅଗ୍ରଗାମୀ ମହିଳାମାନେ ଓ ପ୍ରଗତିଶୀଳ ଚାଷୀମାନଙ୍କୁ ସମ୍ମାନ ଦେଇ ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ଏହି ମଡେଲ୍ ଅନୁସରଣ କରିବାକୁ ପ୍ରେରଣା ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମ ସାଂସ୍କୃତିକ ପରିଚୟ ସହ ପ୍ରାୟୋଗିକ ନଳବାୟୁ କାର୍ଯ୍ୟକୁ ଏକତ୍ର କରିଥିଲା । ମହିଳା ଚାଷୀ ଓ ଦେଶୀ ବିହନକୁ କେନ୍ଦ୍ର କରି ଏହା ଜନବାୟୁ ସହନଶୀଳ କୃଷିର ତିନିଟି ମୁଖ୍ୟ ଦିଗ ଯଥା ଜଳବାୟୁ ପରିବର୍ତ୍ତନ ସମନ୍ଵୟ; ଦେଶୀ ବିହନ ଓ ଜୈବିକ ପଦ୍ଧତି ଆପଣାଇଲେ ଅନିୟମିତ ପାଗ ଓ ବୃଦ୍ଧିଶୀଳ ଖର୍ଚରୁ ସୁରକ୍ଷା ମିଳେ, ଜୈବ ବିବିଧତା ସୁରକ୍ଷା: ବିହନ ମେଳା ସମୁଦାୟ ଆଧାରିତ ବିହନ ସଂରକ୍ଷଣକୁ ଶକ୍ତିଶାଳୀ କରି ହାଲଦ୍ରିତ ଦିହନ ଉପରେ ନିର୍ଭରଶୀଳତା କଯାଇଥାଏ, ମହିଳା ନେତୃତ୍ର ଉନ୍ନତି: ମହିଳା ଚାଷୀମାନଙ୍କ ସକ୍ରିୟ ଲାଗିଦାରି ଓ ସମ୍ମାନ ତାଙ୍କ ନେତୃତ୍ୱକୁ ମନବୁତ କରିଥାଏ ।

ସମଗ୍ରରୁପେ, ଏହି ପରାମର୍ଶ କାର୍ଯ୍ୟକ୍ରମ ପାରମ୍ପରିକ ଜ୍ଞାନ, ପରିବେଶ ଉପଯୋଗୀ ଚିନ୍ନାଧାରା ଓ ମହିଳା ସଶକ୍ତିକରଣକୁ ଆଧାର କରି ଜଳଦାୟୁ ସହନଶୀଳ କୃଷିକୁ ଏକ ଜନଆନ୍ଦୋଳନ ରୂପେ ପ୍ରସ୍ତୁତ କରିଥିଲା। ଏହା ଗଜପତି ଜିଲ୍ଲାର ଜନଜାତି ସମୁଦାୟମାନଙ୍କ ପାଇଁ ଦୀର୍ଘମିୟାଦୀ କୃଷି ସୁରକ୍ଷା ଓ ଜୀବିକା ନିଶ୍ଚିତତା ଦେବାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହୋଇଛି।

ପରିଶେଷରେ VIEWS ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀ Kanhu Charan Maharana ଓ ଶ୍ରୀଯୁକ୍ତ ପରୋଜ କୁମାର ଶତପଥୀ ଏବଂ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ସମସ୍ତ ଅତିଥ୍ ଓ ମହିଳା ଚାଷୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault