ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ଅଶୋକ ସାହୁ, ତା ୧୨.୨.୨୦୨୬: ଆସନ୍ତା କାଲି ତା ୧୩.୨.୨୦୨୬ ରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପରି ପେକ୍ଷିରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ନୂତନ ମଣ୍ଡେଇ ପଡିଆ ହିର୍ଲି ଠାରେ ଆୟୋଜିତ ସଭାରେ ସରକାରଙ୍କ ନୂଆ ଯୋଜନା" ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା" ର ଶୁଭାରମ୍ଭ କରିବା ସହ ୫୦ ଏକର ୫୪ ଡିସିମିଲ ଜମିରେ ପଡାଲଗୁଡ଼ା ଠାରେ ନିର୍ମାଣ ହେବାକୁ ଥିବା ନୂତନ ସରକାରୀ ମେଡିକାଲ କଲେଜ ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହା ସହିତ ଜିଲ୍ଲାରେ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିଭାଗୀୟ ଉନ୍ନତିମୂଳକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ।"ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା " ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ (୬୦ ରୁ ୭୫ ବର୍ଷ ବୟସ) ଓ ୭୫ ବର୍ଷ ବୟସ ମଧ୍ୟରେ ସମସ୍ତ ବିଧବା ମହିଳା ପୁରୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ।ରାଜ୍ୟ ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଭକ୍ତ ମାନଙ୍କର ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥାର ସମସ୍ତ ଖର୍ଚ୍ଚ ବହନ କରିବେ। ଆସନ୍ତା କାଲି ୪ ଟି ବସ ଯୋଗେ ୧୪୮ ତୀର୍ଥଯାତ୍ରୀ ଏବଂ ୧୨ ଜଣ ନୋଡାଲ ଅଧିକାରୀ ପୁରୀ ଅଭିମୁଖେ ଯାତ୍ରା କରିବେ।ନୂତନ ସରକାରୀ ମେଡିକାଲ କଲେଜ ସ୍ଥାପନ ହେଲେ ନବରଙ୍ଗପୁର ଜିଲ୍ଲା ଓ ନିକଟବର୍ତ୍ତୀ ଜିଲ୍ଲାର ଜନ ସାଧାରଣ ଉଚ୍ଚମାନର ଚିକିତ୍ସା ସେବା ପାଇପାରିବେ ବୋଲି ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ସୁଚନା ଦେଇଥିଲେ।

0
0
0
s2sdefault