ହେଡଲାଇନସ୍:

ବରପାଲିରେ ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନ ଶୁଭ ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :- ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଧବାର ଦୁଇଟି ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନକୁ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଦୀନେଶ ଗହୀର, ଉପଧ୍ୟକ୍ଷା ଶ୍ରୀମତୀ ସୁପ୍ରିତା ଜେନା,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଭୁବନ କୁମାର ଶତପଥି, ପୌର ଯନ୍ତ୍ରୀ କୈଳାସ କୁମାର ଉର୍ମା, ସହକାରୀ ଯନ୍ତ୍ରୀ ଅଜୟ କୁମାର ପାତ୍ର ସହ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ। ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ସମ୍ମାନ ଜଣାଯାଇଥିଲେ।
ବିଧାୟକ ଶ୍ରୀ ଗଡ଼ତୀୟା କହିଥିଲେ ଯେ, ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ମାଧ୍ୟମରେ ସରକାରୀ ଯୋଜନା, ସଚେତନତା ସନ୍ଦେଶ ଓ ବିଭିନ୍ନ ଜରୁରୀ ସୂଚନା ସହଜରେ ସାଧାରଣ ଲୋକଙ୍କ ପହଞ୍ଚିବ। ଏହା ଡିଜିଟାଲ ପ୍ରଣାଳୀ ମାଧ୍ୟମରେ ସୂଚନା ପ୍ରସାରଣରେ ଏକ ନୂତନ ପଦକ୍ଷେପ ବୋଲି ସେ କହିଥିଲେ। ସେହିପରି ନୃପଲାଲ ଉଦ୍ୟାନ ସ୍ଥାନୀୟ ଲୋକଙ୍କ ପାଇଁ ବିଶ୍ରାମ ଓ ବିନୋଦନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ପରିଣତ ହେବ ବୋଲି ମତ ପ୍ରକାଶ କରିଥିଲେ।ଅଧ୍ୟକ୍ଷ ଦୀନେଶ ଗହୀର କହିଥିଲେ ଯେ, ବରପାଲିର ସମଗ୍ର ଉନ୍ନତି ପାଇଁ ପରିଷଦ ପକ୍ଷରୁ ନିରନ୍ତର ପ୍ରୟାସ ଚାଲିଛି ଏବଂ ଆଗାମୀ ଦିନରେ ଆହୁରି ଅନେକ ଲୋକହିତକାରୀ ପ୍ରକଳ୍ପ କାର୍ଯ୍ୟକରୀ କରାଯିବ।ସମାରୋହ ଶେଷରେ ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ବରପାଲିର ଉନ୍ନତି ଦିଗରେ ଏକ ମୂଲ୍ୟବାନ ଅଧ୍ୟାୟ ବୋଲି ମତ ପ୍ରକାଶ କରିଥିଲେ।

0
0
0
s2sdefault