ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଏକ ଦିବସୀୟ ଆଲୋଚନା ଚକ୍ର, ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ l ସୁଶ୍ରୀ ସରିତା ପଟେଲ, ଆଞ୍ଚଳିକ ନିର୍ଦ୍ଦେଶକ ଜାତୀୟ ସେବା ସଂସ୍ଥା, ଭୁବନେଶ୍ୱର ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ବାଣିଜ୍ୟ ବ୍ୟବସାୟ ରେ କୃତ୍ରିମ ବୁଦ୍ଧିମତା ବିଷୟରେ ଓ ଡିଜିଟାଲ ମାର୍କେଟିଙ୍ଗର ପ୍ରଚାର ପ୍ରସାର ମାଧ୍ୟମରେ ବାଣିଜ୍ୟର ଅଭିବୃଦ୍ଧି ପାଇଁ ମତ ପୋଷଣ କରିଥିଲେ l ମୁଖ୍ୟବକ୍ତା ରୂପେ ବିନୋଦ କୁମାର ବିଷୋଇ,ମୁଖ୍ୟ ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ମାଲକାନଗିରି ଶାଖା, ବାଣିଜ୍ୟ କ୍ଷେତ୍ରରେ ବ୍ୟାଙ୍କ ସେବାର ଡିଜିଟାଲ ମାର୍କେଟିଙ୍ଗର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ଡକ୍ଟର ରଞ୍ଜନ କୁମାର ସ୍ୱାଇଁ, ବାଣିଜ୍ୟ ବିଭାଗ ମୁଖ୍ୟ ଅତିଥି ପରିଚୟ ସହ ସେମିନାର ର ଉଦ୍ଦେଶ୍ୟ ଓ ଆକାଂକ୍ଷା ବିଷୟରେ ମତ ପୋଷଣ କରିଥିଲେ l ଡକ୍ଟର ମନୋଜ କୁମାର ବେହେରା ସହକାରୀ ପ୍ରାଧ୍ୟାପକ ବାଣିଜ୍ୟ ବିଭାଗ କୋରାପୁଟ ମହାବିଦ୍ୟାଳୟ ରିସୋର୍ସ ପର୍ସନ ହିସାବରେ ଯୋଗଦାନ କରି ସାମାଜିକ ଗଣ ମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ବି. ଗୁପ୍ତେଶ୍ୱର ରାଓ, ଦିପ୍ତୀରେଖା ମିଶ୍ର, ପ୍ରସନଜିତ ମିସ୍ତ୍ରୀ, ସ୍ନିଗ୍ଧା ସରଦାର,ଭକ୍ତ ଗଣ୍ଡ ସଫଳ କରିବା ପାଇଁ ସାହାଯ୍ୟ କରିଥିଲେ l ରାଧିକା ଟାୱାରୀ, ରଘୁନାଥ ନାୟକ,ଜୀବନ ପଡିଆମୀ,ଏମ୍.ଡି ଉର୍ଜ୍ଜ୍ୟେଫ, ଶେଖ ଅଫତାଫ,ଓମ୍ ପ୍ରକାଶ ପାଣିଗ୍ରାହୀ ସମେତ ନିଜସ୍ୱ ସୃଜନୀ ପାଠ କରିଥିଲେ l ସଭା ପ୍ରାରମ୍ଭରେ ସଙ୍ଗୀତ ଗାନ କରିଥିଲେ l ସଭା ଶେଷରେ ବି. ଗୁପ୍ତେଶ୍ୱର ରାଓ ଧନ୍ୟବାଦ ଦେଇଥିଲେ l ସଭାରେ ଏକ ଶହରୁ ଉର୍ଦ୍ଧ୍ୱ ଜଣ ଉପସ୍ଥିତ ଥିଲେ l
ରାଜ୍ୟ
ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ
- Hits: 6








