
ବିଜେପୁର : ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥି ଅବସରରେ ଆଜି ବିଜେପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ‘ସମର୍ପଣ ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନଗର ମଣ୍ଡଳ ସଭାପତି ମହେଶ ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଣ୍ଡିତ ଉପାଧ୍ୟାୟାଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ସଭାରେ ପାଣ୍ଡଵ ପଧାନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ଜୀବନ ଦର୍ଶନ, ସାଧାରଣ ଜୀବନ ଓ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କ ‘ଅନ୍ତ୍ୟୋଦୟ’ ଓ ‘ଏକାତ୍ମ ମାନବବାଦ’ ଧାରଣା ସମାଜର ସମସ୍ତ ଶ୍ରେଣୀଙ୍କ ସମଗ୍ର ଉନ୍ନତି ପାଇଁ ପ୍ରେରଣାଦାୟକ। ଦେଶ ସେବାରେ ତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ,ରାଜ୍ୟ ପରିଷଦ ସଦସ୍ୟ ଶରତ ବିଶି, ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତୀୟା,ପାର୍ଟିର ବରିଷ୍ଠ କର୍ମୀ ବାହାଦୁର ମେହେର, ଗଣେଶ ଗଡ଼ତୀୟା,ଦନାର୍ଦନ ପାତ୍ର,ଜୟକୁମାର ମେହେର, ଯୁବ ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ଅଦାବର, ଉପସଭାପତି ଅନ୍ତର୍ଯ୍ୟାମୀ ମେହେର,ସାଧାରଣ ସମ୍ପାଦକ ପ୍ରମୋଦ ଗଡ଼ତୀୟା, କୃଷକ ମୋର୍ଚ୍ଚା ଭୀମ ମାଝୀ ଓବିଶି ମୋର୍ଚ୍ଚା ସଭାପତି ନୀଳମଣି ମେହେର ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସମସ୍ତେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବାରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।
ରାଜ୍ୟ
ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥିରେ ସମର୍ପଣ ଦିବସ ପାଳିତ
- Hits: 6








