ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ D ବିଶ୍ଵନାଥ ରେଡ୍ଡୀ ଯୋଗଦାନ କରିଥିଲେ । କୋଡ୍ଡା ରେଡ୍ଡୀ ସମାଜ କୁ ଆଦିବାସୀ ମାନ୍ୟତା ପ୍ରଦାନ ପୂର୍ବକ ବିଭିନ୍ନ ପ୍ରକାର ଆନୁସଙ୍ଗିକ ସୁବିଧା ସୁଯୋଗ ବିଷୟ ରେ ଆଲୋଚନା କରାଯାଇଥିଲା ।ଶ୍ରୀଯୁକ୍ତ ରେଡ୍ଡୀ କୋଡ୍ଡା ରେଡ୍ଡୀ ସମ୍ପ୍ରଦାୟ ର ଏବଂ ଜିଲ୍ଲା ର ଜଣେ ଟାଣୁଆ ନେତା ଭାବେ ବେଶ୍ ପରିଚିତ ।ଶ୍ରୀଯୁକ୍ତ ରେଡ୍ଡୀ ସମାଜ ର ସର୍ବାଙ୍ଗୀନ ଉନ୍ନତି ପ୍ରତି ଦୃଷ୍ଟି ଦେବେ ବୋଲି କୋଡ୍ଡା ରେଡ୍ଡୀ ସମାଜ କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସଭା ରେ ଉପସ୍ଥିତ ଶତାଧିକ କୋଡ୍ଡା ରେଡ୍ଡୀ ସମ୍ପ୍ରଦାୟ ର ବ୍ୟକ୍ତି ଜମି ପଟ୍ଟା ଆଦିବାସୀ ମାନ୍ୟତା ପ୍ରଦାନ ନିମନ୍ତେ ସରକାର ଉଦ୍ଦେଶ୍ୟରେ ଦାବି ଉପସ୍ଥାପନ କରି ଥିଲେ ।
ରାଜ୍ୟ
କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା
- Hits: 6








