ହେଡଲାଇନସ୍:

କଲେଜଲିଗାଲ୍ ଫୋରମ୍ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସାଦିୟ ମହିଳା କନିଷ୍ଠ ମହାବିଦ୍ୟାଳୟ ପ୍ରାଙ୍ଗଣରେ ୩୯୧ ଜିଲ୍ଲା ଲିଗାଲ୍ ଫୋରମ୍ ସଂଗଠନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କନିଷ୍ଠ ମହାବିଦ୍ୟାଳୟ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ । ମହିଳା ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ଜେନା ସଭାପରିଚାଳନା କରିଥିଲେ । ଡ଼ାରୱନ ଉଇନ ମେମୋରିଆଲ କଲେଜର ଅଧକ୍ଷ ଶ୍ରୀ ଗୌରିଶଙ୍କର ବେହେରା, ରିଜିଓନାଲ କଲେଜ ପଡ଼ିଆର ଅଧକ୍ଷ ଶ୍ରୀ ପରମାନନ୍ଦ ମହାପାତ୍ର, ବିଯୁପଟ୍ଟନାୟକ ମହାବିଦ୍ୟାଳୟ ଗୋବିନ୍ଦପଲ୍ଲୀର ବରିଷ୍ଠ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ପାନିଗ୍ରାହୀ ଭକ୍ତ ସଭାରେ ଯୋଗ ଦେଇଥିଲେ ଓ ସଂଘର ବିଗତ ଦିନର କାର୍ଯ୍ୟଶୈଳୀ ଓ ପ୍ରଗତୀ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟର ସବିଶେଷ ଆଲୋଚନା କରିଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ସାମଲ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାନିଗ୍ରାହୀଙ୍କୁ ଜିଲ୍ଲା ସଂଘର ସଭାପତିତ୍ର ଦେବା ପାଇଁ ପ୍ରସ୍ତାବ ରଖୁଥିଲେ । ଏହାକୁ ଅଧକ୍ଷ ଶ୍ରୀ ଗୌରୀଶଙ୍କର ବେହେରା, କିଶୋର ଚନ୍ଦ୍ର ପାତ୍ର, ମଧୁମିତା ମହାନ୍ତି ଇତ୍ୟାଦି ସମର୍ଥନ ରଖୁଥିଲେ । ଶ୍ରୀଯୁକ୍ତ ସଞ୍ଜୟ ପାନିଗ୍ରାହୀ ୩୯୧ ବ୍ଲକ କ୍ରାଇଟେରିୟା କଲେଜ ବିଷୟରେ ଆଇନ ଅନୁସାରେ କିପରି ଜି, ଆଇ, ଏ. ସହିତ ସମସ୍ତ ସରକାରୀ ଲାଭ, ଗ୍ରାଚୁଇଟ, ପେନସନ ଇତ୍ୟାଦି ହାସଲ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ୧୯୯୪ ଅନୁଦାନ ପାଇଁ ହକଦାର ଥିବା ଏହି କଲେଜଗୁଡିକୁ ଆଇନ ଅନୁଯାୟୀ କିପରି ଅନୁଦାନ ପ୍ରଦାନ କରାଯିବ ସେ ଦିଗରେ କାର୍ଜ୍ୟପନ୍ଥା ଗ୍ରହଣ କରିବା ପାଇଁ ସମସ୍ତେ ସହମତ ପ୍ରକାଶ କରିଥିଲେ । ସରକାରୀ ସ୍ତରରେ ଏହି କାର୍ଯ୍ୟକୁ ପରାନ୍ବିତ କରିବାପାଇଁ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ସଭାରେ ଶ୍ରୀ କିଶୋରଚନ୍ଦ୍ର ପାତ୍ର, ଅମୂଲ୍ୟ ରତ୍ନ, କୃଷ୍ଣଚାନ୍ଦ୍ର ଶେଠୀ, ମଧୁମିତା ମହାନ୍ତି, ଶୁଭା ଚୌଧୁରୀ, ଇନ୍ଦୁରିଖା ପଟ୍ଟନାୟକ, ଗୀତାଞ୍ଜଳି ରଥ, ରେଣୁକା ମହାପାତ୍ର, ପ୍ରଶାନ୍ତି ଶତପଥ, ବିମଲ ସୁତାର, ନବୀନ ବିଶ୍ବାଳ, ରଘୁନାଥ ମହାନ୍ତି, ରବୀନ୍ଦ୍ର ମିଶ୍ର, ଇତ୍ୟାଦି ଶତାଧୂକ ଅଧ୍ୟାପକ, ଅଧ୍ୟାପିକା କର୍ମଚାରି ଉପସ୍ଥିତ ଥିଲେ । ଶେଷରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମଧୁମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault