ହେଡଲାଇନସ୍:

ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ମାଥିଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରପୁଟ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟରଂଜନ ଦଳାଇ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । ଗୋବିନ୍ଦପାଲ୍ଲୀ ଏ.ଏସ୍.ଆଇ ପଦ୍ମନ ପୂଜୀରୀ ଅନ୍ୟତମ ଅତିଥିରୂପେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦଳାଇ କର୍ମଶାଳାରେ ଯୋଗଦେଇଥିବା ୨୨ ଜଣ ଛାତ୍ର ଓ ୨୨ ଜଣ ଛାତ୍ରୀଙ୍କୁ କେଡେଟ୍ କିଟ୍ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଷ୍ଟାଚାର, ସମୟାନୁବର୍ତ୍ତିତା, ନାଗରିକ ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା, ବୃକ୍ଷରୋପଣ ସମାଜସେବା ଆଦି କାର୍ଯ୍ୟକ୍ରମରେ ଜଡ଼ିତ ହେବା ସହ ସମାଜରେ ସଚେତନତା ଜାଗ୍ରତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷକ ଚକ୍ରଧର ମହାଲିକଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାକୁ ଶିକ୍ଷକ ଅନୀଲ୍ କୁମାର ସହୁ ପରିଚାଳନା କରିଥିଲେ । ସ୍ଥାନୀୟ ସରପଞ୍ଚ ମଧୁସୂଦନ ନାୟକ ଏବଂ ପରିଚାଳନା ସମିତି ସଦସ୍ୟ ଧନ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଧୁଙ୍ଗିଆପୁଟ ପଞ୍ଚାୟତର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଆରକ୍ଷୀ ବିଭାଗ ଅନୁକୂଳ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧ ଜାଗ୍ରତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବା କ୍ଷମତା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault