ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଶିବରାତ୍ରି ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ରବିବାର ସନ୍ଧ୍ୟା ଚତୁର୍ଦଶୀରେ ଶିବରାତ୍ରି ଆରମ୍ଭ ହେବ,ପାଳନ ପାଇଁ ମହାଦୀପ ଉଠିବା ଯାଏଁ ନିର୍ଜଳ ଦିନସାରା ଉପବାସ କରନ୍ତୁ ନାହିଁ। ଶିବଙ୍କୁ କ୍ଷୀର, ପଇଡ, ପାଚିଲା ଫଳ,ଜଳ ପ୍ରସାଦ ଅର୍ପଣ ପରେ ନିଜେ ସେବନ କରନ୍ତୁ। ଖାଲି ପେଟ ରହନ୍ତୁ ନାହିଁ। ପିତ୍ତ,ଅମ୍ଳ ବଢିବ ଭ୍ରମ, ଛାତି, ପରିସ୍ରା ଜ୍ୱାଳା,ଜଳୀୟଅଂଶ, ରକ୍ତଚାପ, ରକ୍ତଶର୍କରା କମିବା ସହ ଦେହ କୁଣ୍ଡାଇ ହେବ। ଆଗେ ବିଦ୍ୟୁତ୍ ଆଲୋକ ନଥବାରୁ ଦୀପ ଲଗାଇ ଜାଗରରେ ବସୁଥିଲେ, ଆକ୍ଷି ପଡ଼ିଗଲେ ଲୁଗାରେ ଅଗ୍ନି ଲାଗିବ ସତର୍କ ରୁହନ୍ତୁ।କେବଳ ବ୍ରହ୍ମରେ ଲୟ ଲଗାନ୍ତୁ। ସକାଳୁ କଲରା, ଖଜରା, ସlକରକନ୍ଦା,ମହୁ ଖାଆନ୍ତୁ।ଶିବ କହିଛନ୍ତି ଶରୀରମାଦ୍ୟ' ଖଳୁ ଧର୍ମ ସାଧନମ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।ଏହି ଶିବିର ପ୍ରତି ସୋମlବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ଡଃ ସାହୁ ଅନୁରୋଧ କରିଛନ୍ତି।
ରାଜ୍ୟ
ଶିବରାତ୍ରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର
- Hits: 5








