ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ପରିବେଶ ରେ ପାଳିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ଶ୍ରୀ ସୋମେଶ ଉପାଧ୍ୟାୟ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମତି ର ସଦସ୍ୟମାନେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଟି ପି ଏସ ଓ ଡି ଏଲ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ଜେନା, ମାଲକାନଗିରି ମହିଳା ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ଜେନା, ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ରଞ୍ଜନ କୁମାର ସ୍ୱାଇଁ, ଶ୍ରୀ ମାଣିକ ଲାଲ ଚକ୍ରବର୍ତ୍ତୀ, ଶ୍ରୀମତୀ କ୍ରିଷ୍ଣା ମିର୍ଦ୍ଧା ଏବଂ ଶ୍ରୀମତୀ ଲିଲି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l
ବିଦ୍ୟାଳୟ ର ଅଧକ୍ଷ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଛାତ୍ରଛାତ୍ରୀ ତଥା ଶିକ୍ଷକ ଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ l ବିଦ୍ୟାଳୟର ବିଭିନ୍ନ ଶିକ୍ଷାତ୍ମକ, ସହପାଠ୍ୟକ୍ରମୀୟ ଓ କ୍ରୀଡା ସାଧନା ସମ୍ପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ। ସେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସଂଯୁକ୍ତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ସମଗ୍ର ଉନ୍ନତି ଓ ଉତ୍କୃଷ୍ଟତାର ପ୍ରତିବିମ୍ବ ଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ବିଦ୍ୟାଞ୍ଜଳି ଯୋଜନା ରେ ଅଭିଭାବକ ଙ୍କ ଦ୍ୱାରା ବିଦ୍ୟାଳୟ ର ଉନ୍ନତି ପାଇଁ ବିଭିନ୍ନ ଅବଦାନ ପାଇଁ ଡ଼ ମୀନା କୃତଜ୍ଞତା ଜ୍ଞାପନ କରିଥିଲେ l ଜିଲ୍ଲlପାଳ ଶ୍ରୀ ଉପାଧ୍ୟାୟ ନିଜ ଛାତ୍ର ଜୀବନ ର ଅନୁଭୂତି ବର୍ଣନା କରିଥିଲେ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଙ୍କ ଦ୍ୱାରା drone ଚାଳନା ପ୍ରଦର୍ଶନ ର ପ୍ରଶଂସା କରିଥିଲେ l
ଏହି ଅବସରରେ ବିଦ୍ୟାଳୟ ବୋର୍ଡ ପରୀକ୍ଷା ସର୍ବାଧିକ ଅଙ୍କ ରଖିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଭି. ଅଶୋକ କୁମାର, ଶ୍ରୀ ଅମିତ ଦାସ, ଶ୍ରୀ ଆଦିତ୍ୟ ରାୟ, ଶ୍ରୀ ମୋହନଲାଲ, କୁମାରୀ ସୃଷ୍ଟି ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଶ୍ରୀ ରାମବୀର ସିଂ, ଶ୍ରୀ ଆଶିଷ କୁମାର , ଶ୍ରୀ ଆର୍ତତ୍ରାଣ ମହାକୁଡ଼ ଏବଂ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ l








