ହେଡଲାଇନସ୍:

ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୮/୦୨/୨୦୨୬ : ଗତ ୨ ତାରିଖରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିବା ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ର ମେଳା ସୁଭଦ୍ରା ଶକ୍ତି ମେଳା ମହିଳା ମାନଙ୍କ ଜ୍ଞାନ କୌଶଳ କୁ ପ୍ରୟୋଗ କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମାର୍ଗଦର୍ଶନ କରିବ ବୋଲି କହିଥିଲେ।ବର୍ତ୍ତମାନ ମହିଳା ମାନେ ସମସ୍ତ କ୍ଷେତ୍ର ରେ ପାରଦର୍ଶିତା ଦେଖାଇଛନ୍ତି। ମହିଳା ରୋଜଗାରକ୍ଷମ ହେଲେ ପରିବାର ସ୍ବାବଲମ୍ବୀ ହେବ। ସ୍ୱଦେଶୀ ଭାବେ ତିଆରି ହେଉଥିବା ଜଗତସିଂହପୁର ଜିଲ୍ଲା ର ହାତ ତିଆରି ଜିନିଷ ବିଶ୍ଵ ବଜାର ରେ ଉପଲବ୍ଧ ହେଲେ ଜିଲ୍ଲା ସହ ଦେଶର ଆର୍ଥିକ ମାନଦଣ୍ଡ ରେ ପରିବର୍ତନ ଆସିବ। ଓଡ଼ିଶା ସରକାର ମିଶନ ଶକ୍ତି ମାଧ୍ୟମ ରେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଆଦି ଯୋଜନା ରେ ମହିଳା ମାନଙ୍କୁ ଅର୍ଥନୈତିକ କ୍ଷେତ୍ର ରେ ସୁଦୃଢ଼ କରିପାରିଛନ୍ତି।ଯେଉଁମାନେ ଏହି ସ୍ରୋତ ରେ ନିଜକୁ ସାମିଲ କରିପାରିନାହାନ୍ତି, ସେମାନେ ଆସି ଏଥିରେ ଭାଗ ନେଇ ନିଜ ସହ ପରିବାର କୁ ଆତ୍ମନିର୍ଭରୀଳ କରିପାରିବେ। ଏଥିପାଇଁ ସେମାନଙ୍କ ତିଆରି ଜିନିଷ କୁ ବିକ୍ରୀ କରିବାର ସୁଯୋଗ ଦେବାପାଇଁ ବଜାର ଯୋଗାଇ ଦେବକୁ ପଡିବ। ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଗ୍ରାମୀଣ ଉତ୍ପାଦର ବିପଣନକୁ ଉତ୍ସାହିତ କରିବା ଏହି ମେଳାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଓଡ଼ିଶା ତଥା ଜିଲ୍ଲା ର ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ମେଳା ପୃଷ୍ଠଭୂମି ଯୋଗାଇବ ବୋଲି କହିଥିଲେ। ସରକାର ଙ୍କ ର ଏହି ଅଭିନବ ପୃଷ୍ଠଭୂମି ସୃଷ୍ଟି ପାଇଁ ସେ ଜିଲ୍ଲା ପ୍ରଶାସନ କୁଧନ୍ୟବାଦ ଦେଇଥିଲେ।
ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଏହି ମେଳା ଆୟୋଜିତ ହୋଇଛି ଆମ ମା ମାନଙ୍କ ପାଇଁ। ସ୍ଵଦେଶୀ ଦ୍ରବ୍ଯ ନେଇ ଆସିଥିବା ଆମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ମା ମାନଙ୍କ ମଧ୍ୟରେ ଭାବ ର ଆଦାନପ୍ରଦାନ ସହ ସୃଜନଶୀଳତା ର ଆଦାନପ୍ରଦାନ ହୋଇଛି। ଜିଲ୍ଲା ଓଡ଼ିଶା ରେ ଲକ୍ଷପତି ଦିଦି ସୃଷ୍ଟି ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି, ଯେଉଁ ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ହୃଦୟ ଅତି ନିକଟତମ ଯୋଜନା। ତେଣୁ କଳା, ସଂସ୍କୃତି, ଶିକ୍ଷା ର ମାଟି ଜଗତସିଂହପୁର ସର୍ବଦା ଏକ ନମ୍ବର ରେ ରହିବା ପାଇଁ ଚେଷ୍ଟିତ।ଏଠାକାର ସମସ୍ତ ଜନପ୍ରତିନିଧି ସବୁବେଳେ ଜିଲ୍ଲା କୁ ଆଗେଇ ନେବପାଇଁ ଉପଦେଶ ଦିଅନ୍ତି। ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ନୂତନ ବଜାର ଏବଂ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ଉତ୍ପାଦର ବିକ୍ରୟ ବୃଦ୍ଧି କରିବା, ଏବଂ ନେତୃତ୍ୱ ଗୁଣର ବିକାଶ କରିବା। ଶିଲମ୍ ପରମ୍ ଭୂଷନମ୍ ନ୍ୟାୟ ରେ ଚାରିତ୍ରିକ ଶୃଙ୍ଖଳା ସହ ଜିଲ୍ଲା ର ସର୍ବୋଦୟ ଉନ୍ନତି ନିମନ୍ତେ ସର୍ବଦା ପ୍ରଶାସନ ଚେଷ୍ଟିତ। ଧର୍ମୋ ରକ୍ଷତି ରକ୍ଷତା, ଧର୍ମ ରେ ବିଶ୍ୱାସ ରଖି ଧର୍ମ ସହ କାର୍ଯ୍ୟ କଲେ ଧର୍ମ ନିଶ୍ଚୟ ଆମର ରକ୍ଷା କରିବ।
ସଭାରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମହିଳା ମାନେ ଆତ୍ମନିର୍ଭର ହୋଇପାରିଲେ ବିକଶିତ ଓଡ଼ିଶା ଗଠନ ହୋଇପାରିବ ବୋଲି କହିଥିଲେ।
ସଭାରେ ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜୀଙ୍କ୍ୟା ମାଣେ ଉପସ୍ଥିତ ଥିଲେ।
ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପାଇଁ ନୂତନ ବଜାର ଓ ବ୍ୟବସାୟ ସୃଷ୍ଟି କରି ଅର୍ଥନୀତିକୁ ନୂତନ ଗତି ଦେବା ଲକ୍ଷ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ୩୦ ଜିଲ୍ଲାର ପ୍ରତିନିଧିତ୍ବ ରହିଛି।
ଆଠ ଦିନ ଧରି ମେଳାରେ ଯୋଗଦେଇ ନିଜର ସୃଜନଶିଲତା ର ପରିଚୟ ଦେଇଥିବା ମା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏଥିରେ ବେଷ୍ଟ କଷ୍ଟମାର ବିହେଭିଆର ପ୍ରଡକ୍ଟ ଗୋପୀନାଥ
ଏସ ଏଚ ଜି, ରଘୁନାଥପୁର ପ୍ରଥମ ସ୍ଥାନ ସହ ୨୦୦୦୦ ଅର୍ଥରାଶି, , ଦ୍ଵିତୀୟ ଧନଲକ୍ଷ୍ମି ଏସ ଏଚ ଜି ମାହାଙ୍ଗା, କଟକ, ୧୫୦୦୦ ଅର୍ଥରାଶି, ଅନ୍ନପୂର୍ଣ୍ଣା ମିଶନ ଶକ୍ତି କାଫେ,ଏରସମା ତୃତୀୟ ସ୍ଥାନ ସହ ୧୦୦୦୦ ଅର୍ଥରାଶି ଲାଭ କରିଥିଲେ।

ବେଷ୍ଟ୍ ଫାର୍ମ ପ୍ରଡକ୍ଟ ମାତୃଶକ୍ତି ମିଲେଟ ପିଜି, କୁଜଙ୍ଗ,ଜଗତସିଂହପୁର ପ୍ରଥମ ,ଲକ୍ଷ୍ମୀ ନାରାୟଣ ଯାଜପୁର ଦ୍ଵିତୀୟ, କେନ୍ଦୁଝର ର ଶିବ ଗୌରବ ଏସ ଏଚ୍ ଜି ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୨୦୦୦୦,୧୫୦୦୦, ୧୦୦୦୦ ଅର୍ଥରାଶି ସହ ପୁରସ୍କୃତ ହୋଇଥିଲେ।
ନନ ଫାର୍ମ ପ୍ରଡକ୍ଟ ରେ ବୌଦ୍ଧ ଜିଲ୍ଲା ର ଜୟ ମା ଚଣ୍ଡୀ ପ୍ରଥମ ସ୍ଥାନ ସହ ୨୦୦୦୦ ଅର୍ଥ ରାଶି,ପୁରୀର ବୃନ୍ଦାବତୀ ଏସ ଏଚ ଜି ଦ୍ଵିତୀୟ ସ୍ଥାନ ସହ ୧୫୦୦୦ ଅର୍ଥରାଶି,ମା ବନଦୂର୍ଗା ପିଜି ତୃତୀୟ ସ୍ଥାନ ସହ ୧୦୦୦୦ଅର୍ଥରାଶି ,
ସେହିପରି ବେଷ୍ଟ ପ୍ୟକେଜିଂ ରେ ବିରିଡ଼ି ବ୍ଳକ୍ ର ଚକାଡୋଳା ପିଜି ପ୍ରଥମ ୨୦୦୦୦ ଅର୍ଥରାଶି, ଜଗଦ୍ଧାତ୍ରୀ ଏସ ଏଚ ଜି ଜଗତସିଂହପୁର ଦ୍ବିତୀୟ,୧୫୦୦୦ ଅର୍ଥରାଶି ,ମା ଶାରଳା ଟେଲାରିଂ ଜଗତସିଂହପୁର, ତୃତୀୟ ସ୍ଥାନ ସହ ୧୦୦୦୦ ଅର୍ଥରାଶି ପୁରସ୍କାର ଲାଭ କରିଥିଲେ।
ବେଷ୍ଟ ଇନୋଭେଶନ ବିଭାଗ ରେପ୍ରଗତି ଗୋଲ୍ଡେନ ଗ୍ରାସ ବାଲିକୁଦା ପ୍ରଥମ, ୨୦୦୦୦ ଅର୍ଥରାଶି, ଶୁଭଲକ୍ଷ୍ମି ଏସ ଏକ ଜି ଡେରାବିଶ ବ୍ଲକ କେନ୍ଦ୍ରାପଡ଼ା ଦ୍ଵିତୀୟ ୧୫୦୦୦ ଅର୍ଥରାଶି, ମହାଲକ୍ଷ୍ମୀ ପିଜି ତିର୍ତ୍ତୋଲ ତୃତୀୟ ସ୍ଥାନ ସହ ୧୦୦୦୦ ପୁରସ୍କାର ରାଶି ଅତିଥିମାନେ ପ୍ରଦାନ କରିଥିଲେ। ବେଷ୍ଟ ଏସ୍ ଏ ଜି ମା ଶେରାବାଲି ଏସ ଏଚ ଜି ଢେଙ୍କାନାଳ ଙ୍କୁ ୨୫୦୦୦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଶେଷ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ଥାନୀୟ ନବକୃଷ ଚୋଧୁରୀ ଷ୍ଟାଡିୟମ୍ ପରିସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ୩୦ ଜିଲ୍ଲାର ୧୫୦ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିଲେ ।୨୦ ଟି ପାରମ୍ପରିକ ଖାଦ୍ଯ ଷ୍ଟଲ ମୁଖ୍ୟ ଆକର୍ଷଣ ରହିଥିଲା ଯେଉଁଥିରେ ପାରମ୍ପରିକ ପିଠା, ମାଣ୍ଡିଆ ଜାତ ଖାଦ୍ୟ ସହ ମହାରାଷ୍ଟ୍ର ଦବେଲି ପ୍ରମୁଖ ରହିଥିଲା ।ଆଠ ଦିନ ଧରି ବିଭିନ୍ନ ଆଞ୍ଚଳିକ ତଥା ରାଜ୍ୟ ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ଆକର୍ଷିତ କରିଥିଲା। ଗତ ୭ ତାରିଖ ଓଲିଉଡ଼ ର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଙ୍କ ସୁମଧୁର ସଙ୍ଗୀତ ର ମଜା ନେଇଥିଲେ ଦର୍ଶକ।ଓରମାସ ସହଯୋଗ ରେ ଆୟୋଜିତ ଏହି ମେଳା ଦର୍ଶକ ଙ୍କୁ ବାନ୍ଧି ରଖିଥିଲା। ଆଜିର ଉଦଯାପନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଯେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ବିଭିନ୍ନ ବ୍ଲକ୍ ରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ, ସମସ୍ତ ପ୍ରଶାସନିକ ଅଧିକାରୀ, ସହର ର ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault