ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବାର ନମ୍ୱର୍ ୱାର୍ଡ଼ ରେ ଏଲ୍ ପି ସି ସି କ୍ରିକେଟ କ୍ଲବ୍ ଆନୁକୁଲ୍ୟ ରେ ଆୟୋଜିତ ହୋଇ ଯାଇଛି ମହେଶ୍ୱର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ। ତିନି ଦିନ ଧରି ଅନୁଷ୍ଠିତ ମ୍ୟାଚ୍ ର ଶେଷ ତଥା ଅନ୍ତିମ ଦିନ ରେ ଉତ୍କଳିକା ସ୍ପର୍ଟିଂ ବାସୁଦେବପୁର ଓ ରାଇଜିଂ ଷ୍ଟୁଡେଣ୍ଟ୍ କଟକ ମଧ୍ଯ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ମୂଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ଡ ଉମାକାନ୍ତ ଖୁଣ୍ଟିଆ ଯୋଗ ଦେଇ ଖେଳ କୁ ଶୁଭାରମ୍ଭ କରିଥିଲେ। ଏହି ଫାଇନାଲ ଖେଳ ରେ ରାଇଯିଂ ଷ୍ଟୁଡେଣ୍ଟ୍ କଟକ କୁ ହରାଇ ଉତ୍କଳିକା ସ୍ପତିଙ୍ଗ ଚମ୍ପିୟାନ ହୋଇଛି। ପ୍ରଥମେ ବ୍ୟାଟିଙ୍ଗ କରି ଉତ୍କଳିକା ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ୨୮୮ ରନ୍ କରିଥିବା ବେଳେ ରାଇଜୀଙ୍ଗ ଷ୍ଟୁଡେଣ୍ଟ୍ କଟକ କୋଡ଼ିଏ ଓଭର ରେ ୨୬୮ ରନ୍ କରି ପାରିଥିଲା। ଉତ୍କଳିକା ର ରଶ୍ମୀ ରଞ୍ଜନ ମହାକୁଡ଼ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ଚନ୍ଦ୍ର ଶେଖର ବେହେରା ଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରା ଯାଇଛି। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଯୁବ ସମାଜ ସେବୀ ଚନ୍ଦ୍ର ଶେଖର ଦାସ, ସମ୍ମାନୀତ ଅତିଥି ଭାବେ ଭୂପେସ ରଞ୍ଜନ ସାହୁ,ସମ୍ମାନୀତ ଅତିଥି ଭାବେ ସୁବ୍ରତ ବେହେରା ଓ କ୍ଲବ୍ ର ସଂପାଦକ ଗୌତମ୍ ବେହେରା ଓ ପରେଶ୍ ଚାନ୍ଦ ଉପସ୍ଥିତ ରହି ଥିଲେ। । ଖେଳ କୁ ଅମ୍ପେୟାର ଭାବ ରେ ପ୍ରତାପ କୁମାର ଜେନା ଓ ସ୍ବାର୍ଥକ ବିଶ୍ବାଳ ପରିଚାଳନା କରିଥିଲେ। ବିଜୟ ଲାଭ କରିଥିବା ଦଳ କୁ ଟ୍ରଫି ସହ ପଚାଶ ହଜାର ଟଙ୍କା ଓ ରନସ ଅଫ ଦଳ କୁ ତିରିଶ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି।ଏଲ ପି ସି ସି କ୍ଲବ୍ ପରେଶ୍ ଚାନ୍ଦ, ଉଦୟ ଭାନୁ ବେହେରା,ବିକ୍ରମ ଚାନ୍ଦ,ରାଜେନ୍ଦ୍ର ବେହେରା, ସୁବଳ ବାରିକ୍, ପ୍ରତାପ ମହାନ୍ତି, ରମେଶ ବେହେରା ଙ୍କ ସହ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି ।
ରାଜ୍ୟ
ମହେଶ୍ବର ସ୍ମାରକୀ କ୍ରିକେଟ ତୁର୍ଣାମେଣ୍ଟ : ଉତ୍କଳିକା ସ୍ପର୍ତ୍ତିଂ ଚମ୍ପିୟାନ
- Hits: 13








