ହେଡଲାଇନସ୍:

ଡାବୁଗାଁ ମା ଦାବାଦେଇ ରଙ୍ଗତୁଳି କଳାସଂଘ ର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମା ଦାବାଦେଇ ରଙ୍ଗତୁଳି କଳାସଂଘା ର ଏକ ବୈଠକ ସ୍ଥାନୀୟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ବ୍ଲକ ରଙ୍ଗତୁଳି କଳାସଙ୍ଘ ର ସଭାପତି ତ୍ରିପତି ଜେନା ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ଜିଲ୍ଲା କଳା ସଂଘର ସଭାପତି ମୁରଲି ଧର ଭୁଷଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘ ର ସମ୍ପାଦକ କ୍ରିଷ୍ଣା ବେହେରା,ଜିଲ୍ଲା କର୍ମକର୍ତ୍ତା ସୁବାଷ ଭାଟ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ଅଞ୍ଚଳରେ ରଙ୍ଗତୁଳି କଳାକାର ମାନେ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ଏହି କଳାକାର ମାନଙ୍କୁ ଚିହ୍ନଟ କରି ପଞ୍ଜୀକୃତ କରି ନାହାନ୍ତି। ରଙ୍ଗତୁଳି କଳାକାର ମାନେ ସମାଜ ର ମୁଖ୍ୟ ସ୍ରୋତରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଭତ୍ତା କିମ୍ବା ଜୀବନ ବିମା ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ରଙ୍ଗତୁଳୀ କଳାକାର ସଂଘ ତରଫରୁ ଏ ନେଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବା ନେଇ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଗ୍ରାମ ଓ ସହରରେ କାର୍ଯ୍ୟ କରୁଥିବା ରଙ୍ଗତୁଳି କଳାକାର ମାନଙ୍କୁ ସଂଘ ରେ ଜଡିତ କରାଯାଇ ସୁଖଦୁଃଖ ର ସାଥୀ ହେବା ସହ ସଂଘ କୁ ଅଧିକ ସୁଦୃଢ଼ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବ୍ଲକ ରଙ୍ଗତୁଳି କଳାକାର ସଂଘ ତରଫରୁ ଆଗାମୀ ଶିବରାତ୍ରି ସମୟରେ ଡାବୁଗାଁ ର ପ୍ରସିଦ୍ଧ କେଲିଆ ଶୈବ ପୀଠରେ ଜଳଛତ୍ର ଖୋଲିବା ନେଇ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଡାବୁଗାଁ ମା ଦାବାଦେଇ ରଙ୍ଗତୁଳି କଳାକାର ସଂଘର ଉପ ସଭାପତି ଗୁପ୍ତ କୁମ୍ଭାର, ସମ୍ପାଦକ ଗୋପାଳ ସୌରା, କୋଷାଧ୍ୟକ୍ଷ ସୁବାଶିସ ଦାସ (ରିନ୍ଟୁ),ସଭ୍ୟ ଶିବ, ବେଣୁଧର, ଭକ୍ତରାମ, ଇନ୍ଦ୍ର, ରୋଷନ, ମାରଖଣ୍ଡ, ପ୍ରଭୁଦାଷ, ଚୈତନ୍ୟ, ଲଖମୁ, ଡମ୍ବୁରୁ ଓ ବସଚାନ୍ଦ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault