( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବରଯାତ୍ରୀ ଶୋଭାଯାତ୍ରା ବେଳେ କିଛି ଯୁବକ ହଠାତ୍ ଅତର୍କିତ ଭାବେ ବରଯାତ୍ରୀରେ ସାମିଲ ରୋହିତ ନାହାକ ନାମକ ଜଣେ ଯୁବକ କୁ ଖଣ୍ଡା ରେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଯାଇ ଗାଁ ଲୋକଙ୍କୁ ଡାକି ଆଣିଥିଲେ। କିନ୍ତୁ ଆକ୍ରମଣକାରୀ ଯୁବକ ମାନେ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ ଓ ଏହା ଦେଖି ନିକଟରେ ଛିଡ଼ା ହୋଇଥିବା ସମିତି ସଭ୍ୟ ପ୍ରକାଶ ନାହାକ କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଘରୁ ଘୋଷାଡ଼ି ଆଣି ଖଣ୍ଡାରେ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଖବର ପାଇ ଥାନା ଅଧିକାରୀ ରାଜେଶ ନାୟକ ଘଟଣାସ୍ଥଳରେ ପହଁଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୁରୁଷୋତ୍ତମ ପୁର ଡାକ୍ତରଖାନାକୁ ପଠାଇଥିଲେ ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ସଙ୍ଗେ ସଙ୍ଗେ ତନାଘନା କରି ଆକ୍ରମଣକାରୀ ୫ ଜଣ ଯୁବକ କୁ ଥାନା ରେ ଅଟକ ରଖି ପୋଲିସ ପଚରାଉଚରା କରୁଛନ୍ତି। ଏହି ସବୁ ଘଟଣା ପୁର୍ବ ରାଜନୈତିକ ଶତ୍ରୁତା କାରଣରୁ ହୋଇଛି ବୋଲି ଅଞ୍ଚଳବାସୀ କହିଛନ୍ତି।
ରାଜ୍ୟ
ବରଯାତ୍ରୀ ଶୋଭାଯାତ୍ରା ରେ ଆକ୍ରମଣ ଓ ୪ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି
- Hits: 10








