ହେଡଲାଇନସ୍:

ଏସିଆନ ସୁଟିଂ ଚମ୍ପିୟାନସିପରେ କେନ୍ଦୁଝରର ଝିଅ ମାନ୍ୟତା ଚମକିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୮/୨- କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମର କନ୍ୟା ମାନ୍ୟତା ସିଂହ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମହିଳା ଜୁନିଅର ଇଭେଣ୍ଟ ଏସିଆନ୍ ସୁଟିଂ ଚମ୍ପିୟନସିପ –୨୦୨୬ରେ ପ୍ରଥମ ପଦାର୍ପଣରେ ସମୁଦାୟ ୨୪୯. ୭ ପଏଣ୍ଟ ହାସଲ କରି ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ କରି ନିଜ ଗ୍ରାମ ଉଦୟପୁର,କେନ୍ଦୁଝର ଜିଲ୍ଲା, ସମଗ୍ର ଓଡ଼ିଶାର ତଥା ଦେଶ ପାଇଁ ଗର୍ବ ବଢ଼ାଇଛନ୍ତି। ମାନ୍ୟତାଙ୍କ ପିତା ସର୍ବଦମନ ସିଂହ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ମାତା ସ୍ମିତା ଦାସ ମଧ୍ୟ କଟକ ବିଡାନାସୀସ୍ଥିତ ଡିଏଭି ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଝିଅ ମାନ୍ୟତା ଭୁବନେଶ୍ୱର କିଟସରେ ଇନଟିଗ୍ରେଟେଡ଼ ଲ କରିବା ସହ କଳିଙ୍ଗ ଷ୍ଟାଡିୟମ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ଏକାଡେମୀରେ ନିଜର ଅଭ୍ୟାସ ଜାରି ରଖିଛନ୍ତି।

ଶ୍ରୀ ସର୍ବଦମନ ସିଂହଙ୍କ ସୁପୁତ୍ରୀ ମାନ୍ୟତା ସିଂହଙ୍କ ଏହି ଐତିହାସିକ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଉଦୟପୁର ଗ୍ରାମ, କେନ୍ଦୁଝର ଜିଲ୍ଲା ଓ ରାଜ୍ୟ ଏବଂ ଦେଶ ପାଇଁ ଅପାର ଗର୍ବ ଓ ଗୌରବର କଥା।ମାନ୍ୟତାଙ୍କର ଏହି ସଫଳତା ଆମ ଯୁବପୀଢ଼ି, ବିଶେଷକରି କନ୍ୟାମାନଙ୍କ ପାଇଁ ପ୍ରେରଣାର ଉଜ୍ଜ୍ଵଳ ଦୃଷ୍ଟାନ୍ତ। ତାଙ୍କର ଏହି ବିରାଟ ସଫଳତା ପାଇଁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, କେନ୍ଦୁଝର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଅଂଶୁମାନ ସବୁଜ ମହାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

0
0
0
s2sdefault