ହେଡଲାଇନସ୍:

ଏଆଇସିଟିଇ ଓ ଏଆଇସି- ସୋଆ ଫାଉଣ୍ଡେସନ୍ ପକ୍ଷରୁ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସମ୍ପର୍କିତ ସମ୍ମିଳନୀ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର, ୭/୦୨: ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏଆଇସି-ସୋଆ ଫାଉଣ୍ଡେସନ୍ ଓ ଅଲ୍ ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ମିଳିତ ସହଭାଗିତାରେ ଏକ ସମ୍ମିଳନୀ ଶନିବାର ସୋଆରେ ଆୟୋଜିତ ହୋଇଯାଇଛି । ନୀତି ନିର୍ଦ୍ଧାରଣ, କାର୍ଯ୍ୟାଭ୍ୟାସ ଏବଂ ଭବିଷ୍ୟତ ପନ୍ଥାରେ ଶିକ୍ଷା କ୍ଷେତ୍ରରେ କିଭଳି ଏଆଇକୁ ବ୍ୟବହାର କରାଯାଇପାରିବ ସେ ନେଇ ଏହି ଏକ ଦିବସୀୟ ସମ୍ମିଳନୀରେ ଆଲୋଚନା କରାଯାଇଛି ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଏଆଇ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଚଳିତ ବ୍ୟବସ୍ଥା ସହ ନୂତନ ଜ୍ଞାନକୋ÷ଶଳକୁ ଏକତ୍ରିତ କରି ଏଆଇର ବ୍ୟବହାର କରାଯାଇପାରିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍)ର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ପାଠ୍ୟକ୍ରମରେ ଏଆଇ ବ୍ୟବହାରର ଉପଯୋଗିତା ସହ ଭାଷା ଭିତିକ ଅନୁବାଦ ଉପରେ ବେଶ ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର (ଡକ୍ଟର) ବଂଶୀଧର ମାଝି, ଓର୍ଟସ୍ ଇନୋଭେସନ୍ର ସିଇଓ ଶ୍ରୀ ବିରେନ୍ ମିଶ୍ର, ଲାଇଭ୍ଲିହୁଡ୍ ଅଲଟରନେଟିଭ୍ସର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ଶ୍ରୀ ସମ୍ବିତ ତ୍ରିପାଠୀ, ଆଇଆଇଟି, ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟରର ପ୍ରତିଷ୍ଠାତା କେନ୍ଦ୍ର ନିଦେ୍ର୍ଧଶକ ପ୍ରଫେସର ଅଶ୍ୱିନୀ କେ. ନନ୍ଦ, କଗ୍ନିଜାଂଟ, ଭୁବନେଶ୍ୱରର ଉପସଭାପତି ଓ ଶାଖା ମୁଖ୍ୟ ଶ୍ରୀ ସତୀଶ ପ୍ରଧାନ, ଅତରଭ କ୍ଲାଉଡ୍ ପ୍ରାଇଭେଟ ଲିମିଟେଡର ସିଇଓ ଶ୍ରୀ ଜୟନ୍ତ ପଣ୍ଡା, ଏଆଇର ବ୍ୟବହାର, ଏହାର ଉଭୟ ଭଲ ଏବଂ ଖରାପ ଦିଗ, ଡିଜିଟାଲ୍ ଲିଟିରାସି, ଏଆଇ କେନ୍ଦ୍ରୀୟ ନୀତି, ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ସମ୍ମିଳନୀରେ ସୋଆ ଆନ୍ତର୍ଜାତିକ ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଏଆଇସି-ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଧଶକ ପ୍ରଫେସର ମାନସ କୁମାର ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସେହିପରି ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ), ବିଶିଷ୍ଟ ନୁ୍ୟରୋସର୍ଜନ ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ର ଚିକିତ୍ସା କ୍ଷେତ୍ରରେ ଏଆଇ ବ୍ୟବହାରର ରୂପାନ୍ତରୀକରଣ ବିଶେଷ କରି ନୁ୍ୟରୋସାଇନ୍ସ ଏବଂ ଅତ୍ୟାଧୁନିକ ଚିକିତ୍ସା ସମ୍ପର୍କିତ ନିଷ୍ପତି କ୍ଷେତ୍ରରେ ଏଆଇର ପ୍ରୟୋଗ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ କିପରି ଭାବେ ଏଆଇକୁ ବ୍ୟବହାର କରିବେ ଏହାକୁ ନେଇ ନିତି କିପରି ରହିବ କାର୍ଯ୍ୟକାରୀ କିପରି ହେବ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିତି କିପରି କରାଯିବ ତାହାକୁ ନେଇ ଆଲୋଚନା ହୋଇଛି । ବର୍ତମାନ ଚାଲିଥିବା ଚିରାଚରିତ ପାଠ୍ୟକ୍ରମକୁ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିବା ନିମନ୍ତେ ମତ ପ୍ରକାଶ ପାଇଛି ।
ଏଆଇକୁ ଟୁଲ ପରି ବ୍ୟବହାର କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅଳ୍ପ ସମୟରେ ଅଧିକ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏଆଇକୁ ଶିକ୍ଷା କ୍ଷେତ୍ରରେ ସଠିକ୍ ଭାବେ ବ୍ୟବହାର କରିବା ଆବଶ୍ୟକ ବୋଲି ଏହି କର୍ମଶାଳାରେ ଆଲୋଚନା କରାଯାଇଛି ।
ଏଆଇକୁ ନେଇ ଏକ ଜାତୀୟ ଏଆଇ ସମ୍ମିଳନୀ ଦିଲ୍ଲୀରେ ହେବ । ଏହା ପୂର୍ବରୁ ସବୁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରି-ସମ୍ମିଟ୍ ଆୟୋଜିତ ହେଉଛି । ଏହି କର୍ମଶାଳାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ରିସର୍ଚ୍ଚ ସେଂଟର ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ‘ଆଡପ୍ସନ ଅଫ୍ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଇନ୍ ହାୟର ଏଜୁକେସନ୍: ଅପର୍ଚୁନିଟିସ୍, ଏଥିକ୍ସ ଆଣ୍ଡ ଇମ୍ପଲିମେନ୍ଟେସନ୍ ଚ୍ୟାଲେଞ୍ଜେସ୍’ ଶୀର୍ଷକ ଆଲୋଚନା ଚକ୍ରରେ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ସାଇନ୍ସେସ୍ ବିଭାଗର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଓ ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟରର ପ୍ରତିଷ୍ଠାତା କେନ୍ଦ୍ର ନିଦେ୍ର୍ଧଶକ ପ୍ରଫେସର ଅଶ୍ୱିନୀ କେ. ନନ୍ଦ ପରିଚାଳନା କରିଥିଲେ । ଆଲୋଚନା ଚକ୍ରରେ ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ କୁଳପତି ପ୍ରଫେସର ନନ୍ଦ, ଏସ୍ଟିପିଆଇ ଭୁବନେଶ୍ୱରର ନିଦେ୍ର୍ଧଶକ ଶ୍ରୀ ମାନସ ରଞ୍ଜନ ପଣ୍ଡା, ସିଭି ରମଣ ଗ୍ଲୋବାଲ୍ ୟୁନିର୍ଭସିଟିର କୁଳପତି ପ୍ରଫେସର ମାଝି, ପିଡବ୍ଲୁସି ଇଣ୍ଡିଆ, ସାଇବର ସିକୁ୍ୟରିଟିର ନିଦେ୍ର୍ଧଶକ ଡକ୍ଟର ଦେବବ୍ରତ ନାୟକ, ଏନ୍ଆରଡିସିର ସିନିୟର ରିଜିଓନାଲ୍ ମ୍ୟାନେଜର ଡକ୍ଟର ବିଜୟ କୁମାର ସାହୁ, ଆଇଟିଆର,ଚାନ୍ଦିପୁର, ଡିଆରଡିଓର ପୂର୍ବତନ ନିଦେ୍ର୍ଧଶକ ଏବଂ ଆଇଇଇଇ ଭୁବନେଶ୍ୱର ସବ୍ ସେକ୍ସନ୍ର ପାଷ୍ଟ ଚେୟାର ଶ୍ରୀ ଏଚ୍.କେ. ରଥ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆ ଆଇଟିଇଆରର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault