ହେଡଲାଇନସ୍:

ପଡିଆ ଥାନାରେ ନୂଆ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ- ୭/୨/୨୬: , ମାଲକାନଗିରି ଜିଲା ଅନ୍ତର୍ଗତ ପଡ଼ିଆ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସନ୍ତୋଷ କୁମାର ମାଝୀ ଶୁକ୍ରବାର କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ମାଝୀ ପୂର୍ବରୁ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଏସ୍‌ଆଇ ଭାବେ କାର୍ଯ୍ୟ ତୁଲାଇଆସୁଥିଲେ। ପଦୋନ୍ନତି ପାଇ ପଡିଆ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । ପଡ଼ିଆ ଥାନାରେ ପୂର୍ବରୁ ରାମେଶ୍ବର ପ୍ରଧାନ ୨ ବର୍ଷ ଧରି ଆଇଆଇସି କାର୍ଯ୍ୟ ତୁଲାଇ ଆସୁଥିଲେ। ପଦୋନ୍ନତି ପାଇ ସେ ଡିଏସ୍‌ପି ଭାବେ ବରଗଡ଼ ଜିଲାରେ ଯୋଗଦେଇଥିବା ଜଣାଯାଇଛି 1 ପଢ଼ିଆ ଖବରଦାତାଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ନୂଆ ଥାନା ଅଧୁକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

0
0
0
s2sdefault