ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭/9/୨୬ : ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ନାମ ଉଚ୍ଚାରଣ ଓ ଇଂରାଜୀରେ ଶବ୍ଦ ବର୍ଣ୍ଣନା ବେଳେ ବରମ୍ବାର ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା I ତେବେ ଏହାର ସ୍ଥାୟୀ ପ୍ରତିକାର ସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ପଡିଆ ଗ୍ରାମର ନାମ ଉଚ୍ଚାରଣ ଓ ବର୍ଣ୍ଣର ସଠିକ ବ୍ୟବହାର କରିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜସ୍ତ୍ର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ସରକାରୀ ସାର୍ବଜନୀନ ନୋଟିସ ଓ ସମ୍ପର୍କିତ ବିଜ୍ଞପ୍ତି ଅନୁଯାୟୀ, ସରକାରଙ୍କ ପକ୍ଷରୁ ସାତଟି ଜିଲ୍ଲାର E ଇଂରା ରାଜୀ ନାମ ସଂଶୋଧନ ଏବଂ ୧୧ଟି ଜିଲ୍ଲାରେ ବିସ୍ତାରିତ ୨୪ଟି ସ୍ଥାନର ସଠିକ ବର୍ଣ୍ଣନାକୁ ସଂଶୋଧନ କରାଯାଇଥିବା ଜଣାପଡ଼ିଛି। ଏହି କ୍ରମରେ ପଡିଆ ଗ୍ରାମର ଇଁରାଜୀ ସଂଶୋଧନ ସ୍ବରୂପ ଓ ପଡିଆ ଶବ୍ଦରେ ବ୍ୟବହୃତ ଇଂରାଜୀ “ଓ' ସ୍ଥାନରେ “ଏ' ବ୍ୟବହୃତ କରିବାକୁ ବିଜ୍ଞପ୍ତିରେ ପ୍ରକାଶ ହୋଇଛି। ଯାହା ଫଳରେ ବିଭିନ ସମୟରେ ପଡିଆ ଗ୍ରାମର ନାମକୁ ଲେଖୁବାରେ ଦେଖା ଯାଉଥିବା ଦ୍ବନ୍ଦ୍ବ ଦୂର ହୋଇଛି। ଅନ୍ୟ ପଟେ ବ୍ରିଟିଶ ଅମଳରୁ ପଡିଆ ଗ୍ରାମର ଶବ୍ଦ ଗତ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତି ଯୋଗୁ ବର୍ଣ୍ଣଗତ ସମସ୍ୟା ତୁଟି ଯାଇଥିବା ବେଳେ ଅଞ୍ଚଳବାସୀ ମଧ୍ଯ ଖୁସି ଜାହିର କରିଛନ୍ତି। ଏହି ପରିବର୍ତ୍ତନ ଗୁଡ଼ିକ ମୁଖ୍ୟତଃ ବର୍ତ୍ତମାନର ଇଂରାଜୀ ଅନୁବାଦରେ ଭୁଲ-ବନାନ କିମ୍ବା ଦୁର୍ନୀତିକୁ ସମାଧାନ କରିଥାଏ। ସେଗୁଡ଼ିକୁ ମୂଳ ଓଡ଼ିଆ ନାମ ( ପ୍ରସ୍ତାବର ରେ ତାଲିକାଭୁକ୍ତ) ପରିଶିଷ୍ଟ-କ ଉପରେ ଆଧାରିତ ସଂଶୋଧନ ସଂସ୍କରଣ ସହିତ ବଦଳା ଯାଇଥାଏ।
ରାଜ୍ୟ
ନାମ ଉଚ୍ଚାରଣ ବଦଳିଲା, ପୋଡ଼ିଆ ହେଲା ପଡ଼ିଆ
- Hits: 6








