ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ସାରଥୀ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ରାୟଗଡ଼: (ସରୋଜ କୁମାର ସାହୁ) ରାୟଗଡ଼ ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ୍ ଯୋଗଦେଇଥିବା ବେଳେ ଦୋରାଗୁଡ଼ା ଏସ୍ଆଇ ସ୍ୱରୂପ ପ୍ରଧାନଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ରବିନାରାୟଣ ମିଶ୍ର ଓ ଏଫ୍ଏଚ୍ ଲଜିଷ୍ଟିକ୍ ସମୀର ପାଢ଼ୀ ପ୍ରମୁଖ ମଞ୍ଚସ୍ଥ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଲ୍ କହିଥିଲେ ଯେ, ଦେଶର ଅର୍ଥନୈତିକ ମେରୁଦଣ୍ଡ ହେଉଛନ୍ତି ସାରଥୀ ରୂପକ ଭାରିଯାନ ଚାଳକ। ସେମାନଙ୍କ ପାଇଁ ଦେଶର ଅର୍ଥନୀତି ଗତିଶୀଳ। ତେଣୁ ସେମାନଙ୍କ ସୁରକ୍ଷା ଓ ସାମାଜିକ କଲ୍ୟାଣ ସମସ୍ତଙ୍କ ଗୁରୁଦାୟିତ୍ଵ। କ୍ରମାଗତ ଭାବେ ସଡ଼କ ଦୁର୍ଘଟଣା ବୃଦ୍ଧି ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ସମସ୍ତ ଚାଳକ ସଡ଼କ ନିୟମ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ସେ ଅନୁରୋଧ କରିଥିଲେ। ଏଥିସହିତ ଉତ୍କଳ ଆଲୁମିନା ପକ୍ଷରୁ ଚାଳକଙ୍କୁ ସଚେତନତା ଓ ସମ୍ବର୍ଦ୍ଧନା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଶ୍ରୀ ପଲ୍ ଭୂୟୁସୀ ପ୍ରଶଂସା କରିଥିଲେ। ସେହିପରି ଏସ୍ଆଇ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେ, ଦୋରାଗୁଡା ଥାନା ଅଧୀନରେ ଗତ ବର୍ଷ ୧୮ ଗୋଟି ଦୁର୍ଘଟଣା ଘଟିଥିବା ବେଳେ ଅନେକ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି। ଏହାର ପ୍ରମୁଖ କାରଣ ମଦ୍ୟପ ଚାଳକ ଯୋଗୁଁ ଦୁର୍ଘଟଣା ବୃଦ୍ଧି ହୋଇଥିବା ସେ ଦର୍ଶାଇ ଥିଲେ। ଅନୁରୂପ ଭାବେ ସଭାରେ ଉଦବୋଧନ ଦେଇ ୟୁନିଟ୍ ମୁଖ୍ୟ ଶ୍ରୀ ମିଶ୍ର କହିଥିଲେ ଯେ, ମହାଭାରତରେ ସାରଥୀ ଶ୍ରୀ କୃଷ୍ଣ ଭଗବାନଙ୍କ ଭୂମିକାକୁ ସ୍ମରଣ କରିବା ସହ ଚାଳକମାନେ ମଧ୍ୟ ଅନୁରୂପ କାରଖାନାର ମେରୁଦଣ୍ଡ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଚଳକମାନେ କଞ୍ଚାମାଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିବା ଫଳରେ ଅର୍ଥନୀତି ଗତିଶୀଳ ହେବା ସହିତ ଦେଶ ସମୃଦ୍ଧ କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ। ତେଣୁ ଚଳକଙ୍କ ସୁରକ୍ଷା ସର୍ବୋପରି। ସଡ଼କ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ। ଏଫ୍ଏଚ୍ ଲଜିଷ୍ଟିକ ଶ୍ରୀ ପାଢ଼ୀ ଦ୍ରୁତ ବେଗରେ ଗାଡ଼ି ଚାଳନା, ମଦ୍ୟପାନ ନକରି ଗାଡିଚଳନା, ସିଟବେଲ୍ଟ ପିନ୍ଧି ଗାଡ଼ି ଚାଳନା ଇତ୍ୟାଦି ସମ୍ପର୍କିତ ନିୟମ ପ୍ରତି ଗୁରୁତ୍ଵ ଦେଇ ଗାଡ଼ି ଚାଳନା ପାଇଁ ସେ ଚଳକଙ୍କୁ ଅନୁରୋଧ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ଚଳକଙ୍କୁ ସଚେତନତା ନିମନ୍ତେ ଏକ ପାରମ୍ପାରିକ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିସହିତ ଅଡିଓ ଭିଜୁଆଲ ମାଧ୍ୟମରେ ଭିଡ଼ିଓ ପ୍ରଦର୍ଶନ କରାଯାଇ ଚାଳକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ମୁଖ୍ୟ ଲୋପାମୁଦ୍ରା ମିଶ୍ର, ମିରିନ୍ମୟ ମଣ୍ଡଳ, ବିଶ୍ୱଜିତ୍ ଜୱର୍ଦାର, ପିତାମ୍ବର ବେହେରା ଓ ଡା ରଞ୍ଜନ ଲେଙ୍କାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ସହ ସଂଶ୍ଳିଷ୍ଟ ଠିକାଦାର ସଂସ୍ଥାରେ ପ୍ରତେକ୍ଷ ଭାବେ ଜଡ଼ିତ ୩୦୦ରୁ ଊର୍ଦ୍ଧ୍ବ ଚାଳକ ଯୋଗ ଦେବା ସହିତ ୨୦୦ରୁ ଊର୍ଦ୍ଧ୍ବ ଉତ୍କଳ ଆଲୁମିନାର କର୍ମକର୍ତ୍ତା ଏବଂ ଲଜିଷ୍ଟିକ ବିଭାଗର ସମସ୍ତ କର୍ମଚାରୀଙ୍କ ପ୍ରତେକ୍ଷ ସହଭାଗିତାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

0
0
0
s2sdefault