ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଚଳିତ ଶିକ୍ଷା ବର୍ଷ (୨୦୨୫-୨୬)ର ବାର୍ଷିକ ଉତ୍ସବ ମହାଡମ୍ବର ରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାମନଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ. ସୋନାଲି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ନାମନଗଡ଼ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ଭୂୟାଁ , ଲୋକ ପ୍ରତିନିଧି ଗୀତା ପାଇକ ଓ ଆଞ୍ଚଳିକ ସମ୍ବଳ ସଂଯୋଜଗ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା , ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଟି.ଦୀପିକା ଓ କାର୍ଯ୍ୟକ୍ରମ ର ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ଦାଶ ସଭାପତିତ୍ୱ ରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରିଥିବା ବେଳେ ଶିକ୍ଷକ ବିଶ୍ବନାଥ ପାଣିଗ୍ରାହୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ।
ମଞ୍ଚାସିନ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ଛାତ୍ର ମାନଙ୍କୁ ଶିକ୍ଷାଗତ ଆଧାରିତ ନିତୀ ଆଦର୍ଶ ଉପରେ ଗୁରୁ ମନ୍ତ୍ର ଦେଇଥିଲେ ଏବଂ ବର୍ତ୍ତମାନ ସରକାର ଙ୍କ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ।
ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀ ଦୀପୁ ଆନ୍ଦ୍ରପୁ ୧୦ମ ଶ୍ରେଣୀ ଛାତ୍ର ଙ୍କୁ ବରିଷ୍ଠ - ଚମ୍ପିୟାନ ଓ ଖାନବୀର ଲିମା ୭ମ ଶ୍ରେଣୀ ଛାତ୍ର କନିଷ୍ଠ -ଚାମ୍ପିୟାନ ରୂପେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।
ସିଆରସିସି ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିଷ୍ଠାନ ବଣ୍ଟନ ପରେ ଶ୍ରୀ ରଞ୍ଜିତ ନାୟକ (ଶିକ୍ଷକ) ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କମିଟି ସଭ୍ଯ ସଭ୍ୟା ଓ ପୂର୍ବତନ ଛାତ୍ର ଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ଼ ରେ ବାର୍ଷିକ ଉତ୍ସବ
- Hits: 5








