ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଶନିବାର ରାତ୍ର ୮ ଘଣ୍ଟ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅଜା ମୃତ ହୋଇଥିବା ବେଳେ ନାତି ଆହତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲି ଗ୍ରାମର ମହେଶ୍ୱର ବିଷୋୟୀ(୫୫) ନିଜ ୫ ବର୍ଷର ନାତି ସହିତ ବେଲଗୁଣ୍ଠା ନୃସିଂହ ମନ୍ଦିର ଦର୍ଶନ ସାରି ରାତ୍ର ରାତ୍ର ୮ ଘଣ୍ଟ ସମୟରେ ସାଇକେଲ ରେ ନିଜ ଗାଁ ଗାଡିଶାପଲ୍ଲୀ ଫେରିବା ସମୟରେ ଅଢେଇଗାଁ ସ୍କୁଲ ନିକଟରେ ହୋଇଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ କାର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଅଜା ନାତି ରାସ୍ତା କଡରେ ଛିଟିକି ପଡିବାରୁ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଏକ ଡାଲା ଅଟୋ ରେ ଆଣି ବେଲଗୁଣ୍ଠା ମେଡକାଲରେ ଭର୍ତ୍ତି କରିଥିଲେ। ବେଲଗୁଣ୍ଠା ମେଡିକାଲରେ ଡାକ୍ତର ଅଜା ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ ବର୍ଷ ନାତିର ମୁଣ୍ଡ ଫାଟିଯାଇଥିବାରୁ ବେଲଗୁଣ୍ଠାରେ ଚିକିତ୍ସା କରାଯାଉଛି। ଖବର ପାଇ ବେଲଗୁଣ୍ଠା ଥାନା ଏସଆଇ ବିଶ୍ୱରଞ୍ଜନ ନାୟକ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। ରାତି ହୋଇ ଯାଇଥିବାରୁ ଆସନ୍ତା କାଲି ମୃତ ମହେଶ୍ୱରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି l
ରାଜ୍ୟ
କାର ଧକ୍କାରେ ଅଜା ମୃତ, ନାତି ଆହତ
- Hits: 6








