ମହେଶ୍ବର ସ୍ମାରକୀ କ୍ରିକେଟ ତୁର୍ଣାମେଣ୍ଟ ଉଦଘାଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବାର ନମ୍ୱର୍ ୱାର୍ଡ଼ ରେ ଏଲ୍ ପି ସି ସି କ୍ରିକେଟ କ୍ଲବ୍ ଆନୁକୁଲ୍ୟ ରେ ଆୟୋଜିତ ହୋଇ ଯାଇଛି ମହେଶ୍ୱର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ। ପ୍ରଥମ ଦିନ ରେ ଉତ୍କଳିକା ସ୍ପର୍ଟିଂ ବାସୁଦେବପୁର ଓ ଫ୍ୟୁଚର ଏକାଡେମୀ ଭୁବନେଶ୍ୱର ମଧ୍ଯ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ମୂଖ୍ୟ ଅତିଥି ଭାବେ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧକ୍ଷ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ଲବ୍ ର ସଂପାଦକ ଗୌତମ୍ ବେହେରା ଓ ସୁଶାନ୍ତ ସେଠୀ ଉପସ୍ଥିତ ରହି ଥିଲେ। ପ୍ରଥମେ ଟସ୍ ଜିତି ବୋଲିଂ ର ନିଷ୍ପତ୍ତି ନେଇ ଥିଲା ଫ୍ୟୁଚର ଏକାଡେମୀ ଭୁବନେଶ୍ୱର, ପ୍ରଥମେ ବ୍ୟାଟିଂ କରି ଉତ୍କଳିକା ସ୍ପଟିଂ ୨୮୮ ରନ ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ସଂଗ୍ରହ କରିଥିଲା। ୨୮୯ ରନ ର ବିଜୟ ଲକ୍ଷ୍ୟ ନେଇ ଫ୍ୟୁଚର ଏକାଡେମୀ ଉଣେଇଶ ତମ ଓଭର ରେ ୨୫୪ ରନ ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଉତ୍କଳିକା ସ୍ପର୍ଟିଙ୍ଗ ବିଜୟ ଲାଭ କରି ଫାଇନାଲ କୁ ପ୍ରବେଶ କରିଛି। ଉତ୍କଳିକା ର ଶତକ ହାସଲ ସହ ତିନୋଟି ୱିକେଟ ନେଇଥିବା ଚନ୍ଦ୍ର ଶେଖର ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଖେଳ କୁ ଅମ୍ପେୟାର ଭାବ ରେ ରଞ୍ଜନ କୁମାର ବିଶ୍ବାଳ ଓ ସ୍ବାର୍ଥକ ମହାନ୍ତି ପରିଚାଳନା କରିଥିଲେ। ଏଲ ପି ସି ସି କ୍ଲବ୍ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।

0
0
0
s2sdefault