ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକୋତ୍ସଵ ମିଲେଞ୍ଜ - ୨୦୨୬
ପୁରୀ ,୬/୨- ପୁରୀ ସଦର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ବାଲିଗୁଆଳି ବାଲୁଖଣ୍ଡ ଠାରେ ଶୁକ୍ରବାର ମିଲେଞ୍ଜ -୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୋତ୍ସବରେ ପୁରୀ ସଦର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବର୍ତ୍ତମାନ ସମୟରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ମୁଖ୍ୟବକ୍ତା ଭାବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୁର୍ଗାମାଧବ ନନ୍ଦ, ସ୍ଵତନ୍ତ୍ର ଅତିଥି ଭାବେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ ଆଶୁତୋଷ ମଲ୍ଲିକ ଯୋଗ ଦେଇଥିଲେ କହିଲେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ସହ ଉତ୍ତମ ଚରିତ୍ର ଗଠନ ଏବଂ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସଦର ବ୍ଲକ ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କର,ବାଲିଗୁଆଲି ପଞ୍ଚାୟତ ସରପଞ୍ଚ ସିଲୁ ସେନାପତି, ବେଲଦଳ ସରପଞ୍ଚ ବିପିନ ଦାସ, ଶାରଦା ବିହାର ହାଇ ସ୍କୁଲର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ରବୀନ୍ଦ୍ରନାଥ ସ୍ୱାଇଁ, ଗୋପ ବ୍ଲକ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଚିନ୍ମୟ ସେନାପତି। ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ବିଶ୍ଵନାଥ ପାଢ଼ୀ, ଓ ବ୍ରହ୍ମଗିରି ଆଦର୍ଶ ବିଦ୍ୟାଳୟର ଅଧକ୍ଷ ମୋହନ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରଥମେ ଆମନ୍ତ୍ରିତ ଅତିଥିମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ପରେ ପରେ ପୁରୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ କୁମାର ଦଳବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ନିବେଶ୍ଵିତା ସାବୁତ । ପରେ ପରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶତପଥି ପୁରସ୍କାର ବିତରଣ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୀର ଖେଳ ପଡିଆ ନଥିବା ଜାଣିବା ପରେ ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ ଏବଂ ବଳିଗୁଆଲି ସରପଞ୍ଚ ସିଲୁ ସେନାପତି ଆଗାମୀ ଦିନରେ ଏକ ଉନ୍ନତ ମାନର ଖେଳ ପଡିଆ ପ୍ରସ୍ତୁତ କରିବା ପାଇଁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।








