ହେଡଲାଇନସ୍:

ପୁରୀରେ ସାକାହାର ସଚେତନତା ପାଇଁ ବିଶାଳ ଶୋଭାଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୁରୀ, ୬/୨:ଧ୍ୟାନ ଯୋଗ ଟ୍ରଷ୍ଟ, ଭୁବନେଶ୍ୱର ଓ ପିରାମିଡ଼ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟ, ଓଡିଶା ତରଫରୁ ଆଜି ପୁରୀରେ ଏକ ବିଶାଳ ସାକାହାର ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ପୁରୀ ଟାଉନ ଥାନା ପର୍ଯ୍ୟନ୍ତ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଭକ୍ତ ଓ ଧ୍ୟାନୀଙ୍କ ସହ କ୍ରିୟା ଯୋଗ ଜ୍ଞାନପ୍ରଭା ମିଶନ, ପୁରୀ, ପ୍ରଜ୍ଞାନ ମିଶନ, ଗାୟତ୍ରୀ ଶକ୍ତି ପୀଠ, ନିରଞ୍ଜନ ମିଶନ, ଶ୍ରୀ ସତ୍ୟ ସାଇ ସେବା ସମିତି, ଦିବ୍ୟ ଜୀବନ ସଂଘ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ, ଇସ୍କନ, ଭାରତୀୟ ଯୋଗ ସଂସ୍ଥାନ ସହ ପୁରୀର ବିଭିନ୍ନ ସଂସ୍ଥାର ଶତାଧିକ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।

ଶୋଭାଯାତ୍ରା ପୂର୍ବରୁ ସାମୂହିକ ଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଶଙ୍ଖଧ୍ୱନି ଓ ହୁଳହୁଳିର ନାଦ ସହ ଯାତ୍ରା ଆରମ୍ଭ ହୋଇଥିଲା। “ଅହିଂସା ପରମ ଧର୍ମ”, “ଜୀବେ ଦୟା” ଓ “ପଶୁ ଆମର ମିତ୍ର, ଖାଦ୍ୟ ନୁହେଁ” ଭଳି ସ୍ଲୋଗାନ ଓ ପ୍ଲାକାର୍ଡ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଶୋଭାଯାତ୍ରାର ସଂଗଠିକା ଶ୍ରୀମତୀ ଇପ୍ସିତା ପୂଜାରୀ କହିଥିଲେ ଯେ, ନିରାମିଷ ଭୋଜନ ହେଉଛି ଜଗନ୍ନାଥଙ୍କ ଭୋଜନ ଓ ସମସ୍ତ ପ୍ରାଣୀମାନଙ୍କ ଭିତରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ ଅଛନ୍ତି। ଜୀବହତ୍ୟା ମହାପାପ ବୋଲି ସେ ମତ ପ୍ରକାଶ କରିଥିଲେ। ପୁରୀ ପରି ପବିତ୍ର ଧାମକୁ ଆମିଷ ଭକ୍ଷଣରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ସଂଗଠନଙ୍କ ମିଳିତ ପ୍ରୟାସରେ ଏହି ସାକାହାର ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

0
0
0
s2sdefault