ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକ;

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୋଲିସ ଯାଞ୍ଚ ପରେ କୋର୍ଟ କାର୍ଯ୍ଯ ସ୍ବାଭାବିକ*


ପୁରୀ,୬/୨: ଶୁକ୍ରବାର ପୂର୍ବାହ୍ନ ୧୦ଟା ପରେ ପ୍ରତିଦିନ ପରି ନିତିଦିନ କୋର୍ଟ କାର୍ଯ୍ଯ ଆରମ୍ଭ ହୋଇଥିଲା । ଜିଲ୍ଲା ଦୌରାଜଜଙ୍କ ପାଖକୁ ଇ ମେଲ ଜରିଆରେ ପୁରୀ କୋର୍ଟ କୁ ବୋମାରେ ଉଡାଇ ଦେବାପାଇଁ ଆସିଥିବା ମେସେଜ ଦେଖିବା ପରେ ପୁରୀ ଏସପିଙ୍କୁ ଜଣାଇଥିଲେ । ଏସପି ପ୍ରତୀକ ସିଂ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନି କୁକୁର ଓ ପୋଲିସ ଫୋର୍ସ କୋର୍ଟ ପରିସରରେ ଥିବା ବିଭିନ୍ନ ଯାନବାହନ, କୋର୍ଟ ପରିସର ଓ ଭିତର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଏହି ସମୟରେ ମାନ୍ୟବର ବିଚାରପତିଗଣ, କୋର୍ଟ କର୍ମଚାରୀ, ଓକିଲ, ମହକିଲଙ୍କୁ କୋର୍ଟ ପରିସରରୁ ବାହାରି ଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା କୁହାଯାଇଥିଲା । ଏ ସମ୍ପର୍କରେ ଓକିଲ ସଂଘର ସମ୍ପାଦକ ଶରତ ରାୟଗୁରୁ କୁହନ୍ତି ଓଡ଼ିଶାର ବିଭିନ୍ନ କୋର୍ଟକୁ ଫେକ ଆଇଡି ରୁ ଇମେଲ ଧମକ ଆସୁଛି । ପୋଲିସ ସେମାନଙ୍କୁ ପ୍ରଥମେ ଚିହ୍ନଟ କରି ଧରିବା ଉଚିତ । ଏଭଳି ଧମକ ଆସିବା ଦ୍ବାରା କୋର୍ଟ କାର୍ଯ୍ଯ ବାଧାପ୍ରାପ୍ତ ହେଉଛି ଓ ଭୟଙ୍କର ସ୍ଥିତି ସୃଷ୍ଟି ହେଉଛି । ଦୂର ଦୂରାନ୍ତୁ ଆସୁଥିବା ମହକିଲ ମାନେ ଜାମିନ, ଶୁଣାଣୀ, ସାକ୍ଷୀ କାର୍ଯ୍ଯରେ ଆସି ହଇରାଣ ହେଉଛନ୍ତି । ଏଥିପ୍ରତି ପୋଲିସ ଦୃଷ୍ଟି ଦେଇ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛନ୍ତି । ପୋଲିସ ସମସ୍ତ ଯାଞ୍ଚ ସରିବା ପରେ କୋର୍ଟ କାର୍ଯ୍ଯ ସ୍ବାଭାବିକ ହୋଇଥିଲା । ଏଠାରେ ସୂଚନାଯୋଗ୍ଯ ଯେ କିଛିଦିନ ତଳେ ଶ୍ରୀମନ୍ଦିର ଉଡାଇ ଦେବା, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ କରିବା ପାଇଁ ଧମକ ଆସିଥିଲା

0
0
0
s2sdefault