ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଦ୍ମପୁର ଗୋଷାଣୀ ବ୍ଲକ ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ବିଭାଗୀୟ ପଦ୍ମପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ବିଷୋୟୀଙ୍କ ଅଧ୍ୟକ୍ଷତା ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗୋଷଣୀ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋରଚନ୍ଦ୍ର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସନ୍ତାନବତ୍ ତଥା ସ୍ନେହ ଶ୍ରଦ୍ଧାରେ ଶିକ୍ଷାଦାନ କରିବା ଉଚିତ। ଶିକ୍ଷକତା ହୁଏତ ଏକ ଜୀବନ ଜୀବିକା ପାଇଁ ପେଶା ହୋଇପାରେ କିନ୍ତୁ ଶିକ୍ଷକ ମାନେ ବୃତ୍ତି ଅପେକ୍ଷା ବ୍ରତ ଭାବେ ନିଜେ ଅନୁଭବ କରନ୍ତୁ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ।
ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପିଲାମାନେ ନିଜକୁ ଶୃଙ୍ଖଳିତ କର ସ୍ୱାବଂଲମ୍ବନଶିଳ ହେବାପରି ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ, ଡି ରଜନୀ କାନ୍ତ , ଡି ମୂରଲୀ ମୋହନ , କେ ଲିଲାରାଣି , କସ୍ତୁରୀ ବାସୂପତି , ଅଞ୍ଜନା ଦଳାଇ , ଦୂତିକା ବାସୁପତି , ଦୀପାଞ୍ଜଳି ବେହେରା , ରାଜୁ ଦୋରା , କଳ୍ପନା ପଟ୍ଟନାୟକ , ଜଗନ୍ନାଥ ପାତ୍ର ପ୍ରଭୃତି ଯୋଗ ଦାନ ଦେଇ ଶିକ୍ଷା , ଶିକ୍ଷାନୁଷ୍ଠାନ , ଶିକ୍ଷକ ମାନଙ୍କ ଭୂମିକା କହିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ରାଉତ ସଂଯୋଜନା କରିଥିଲେ। ଏହି ଅବସରରେ ପୁରସ୍କାର ବିତରଣ କରାଯାଇଥିଲା ଏବଂ ନୃତ୍ୟ , ଗୀତ , ଅଭିନୟ ମଧ୍ୟ ମର୍ମସ୍ୱର୍ଷୀ ହୋଇଥିଲା।
ରାଜ୍ୟ
ଶିକ୍ଷକତା ବୃତ୍ତି ନୁହେଁ ବ୍ରତ ହେବା ଜରୁରୀ
- Hits: 6








