ଝାରସୁଗୁଡା, ୬/୨, ଝାରସୁଗୁଡା ସଦର ବ୍ଳକ ସ୍ଥିତ ଶ୍ରିପୁରା ଠାରେ ଏପଶୀଳନ କମ୍ପାନୀ ର ବେଆଇନ ଜଙ୍ଗଲ ଜମି ଦଖଲ କୁ ନେଇ ଶୁକ୍ରବାର ପୂର୍ବାହ୍ନ ୧୦ ଟା ରେ କମ୍ପାନୀ ସମ୍ମୁଖରେ ଶ୍ରିପୁରା ଗ୍ରାମବାସୀ ଏକ ପ୍ରତିବାଦ ସଭା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ଏହି ପ୍ରତିବାଦ ସଭା ରେ ଓଡିଶା ର ବରିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଙ୍କ ସହିତ ଶତାଧିକ ଗ୍ରାମବାସୀ ଏବଂ ବହୁ ସ୍ବେଛସେବୀ କମ୍ପାନୀର ବେଆଇନ କାର୍ଯ୍ୟକୁ ଦୃଢ଼ ବିରୋଧ କରିଥିଲେ |ଏପଶୀଳନ କମ୍ପାନୀ ଜିଲ୍ଲା ପ୍ରଶାସନ ର ବିନା ଅନୁମତି ରେ ଶ୍ରିପୁରା ଗ୍ରାମ ରେ ଥିବା ଜଙ୍ଗଲ ଜମି କୁ ବେଆଇନ ଭାବେ ଦଖଲ କରି ଆସୁଥିଲା |ଶ୍ରିପୁରା ଗ୍ରାମବାସୀ ରାଷ୍ଟ୍ରପତି, କେନ୍ଦ୍ରୀୟ ମାନବ ଅଧିକାର କମିଶନ, ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ବାରମ୍ବାର ଦାବିପତ୍ର ଦେଇଥିବା ବେଳେ ଘଟଣା ର ତଦନ୍ତ ପାଇଁ ଝାରସୁଗୁଡା ଜିଲ୍ଲାପାଳ ଏବଂ ରାଜ୍ୟ ବନ ବିଭାଗ ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ତହସିଲଦାର ଙ୍କୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ଅଧିକାରୀ ଦ୍ବୟ କୌଣସି ତଦନ୍ତ ନ କରି ନୀରବ ରହି ଯାଇଥିଲେ |ଏହା ପରେ ଶ୍ରିପୁରା ଗ୍ରାମବାସୀ ନିଜେ ଜାନୁୟାରୀ ୧୫ ତାରିଖ ଗ୍ରାମସଭା କରି ଗତ ଫେବୃଆରୀ ୨ ତାରିଖ ଦିନ ଉକ୍ତ ଜଙ୍ଗଲ ଜମି ର ସୁରକ୍ଷା ସହିତ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରିଥିଲେ |ପୁଣି ଆଜି ଶୁକ୍ରବାର ସକାଳୁ ଶ୍ରିପୁରା ଗ୍ରାମ ର ଶତାଧିକ ପୁରୁଷ ମହିଳା, ଜନ ପ୍ରତିନିଧି ଏକଜୁଟ ହୋଇ ଏପଶୀଳନ କମ୍ପାନୀ ସମ୍ମୁଖରେ କମ୍ପାନୀ ଦ୍ୱାରା ବେଆଇନ ଜଙ୍ଗଲ ଜମିଦଖଲ, ରୋପଣ କରାଯାଇଥିବା ବୃକ୍ଷ କୁ କ୍ଷତି ପହଂଚାଇବା ବିରୋଧ ବିକ୍ଷୋଭ ଏବଂ ପ୍ରତିବାଦ ସଭା କରିଥିଲେ |ଓଡିଶା ର ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଏହି ପ୍ରତିବାଦ ସଭା ରେ ଯୋଗଦେଇ ଝାରସୁଗୁଡା ଜିଲ୍ଲା ରେ ବର୍ତମାନ ଜଙ୍ଗଲ ଜମି କୁ କମ୍ପାନୀ ଗୁଡ଼ିକ ବେଆଇନ ଦଖଲ କରିବା ସହିତ ଲୋଲୁପ ଦୃଷ୍ଟି ପକାଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ |ଏହା ସହିତ ଜିଲ୍ଲା ରେ ଯେପରି ପରିବେଶ ପ୍ରଦୂଷଣ ବଢିବାକୁ ଯାଉଛି, ଏହି ଏପଶୀଳନ କମ୍ପାନୀ କୁ ଆରମ୍ଭ ରୁ ବିରୋଧ କରିବାର ଦରକାର ଥିଲା ଏବଂ ଆଗାମୀ ଦିନ ରେ ଶ୍ରିପୁରା ଗ୍ରାମବାସୀ ଏକଜୁଟ ହୋଇ ରହି ଏହି ଜଙ୍ଗଲ ଜମି କୁ ସୁରକ୍ଷା ଦେଲେ ଏପଶୀଳନ କମ୍ପାନୀ ଜଙ୍ଗଲ ଜମି ରେ ପ୍ରବେଶ କରିପାରିବେ ନାହିଁ ବୋଲି କହିଛନ୍ତି |ଏହା ସହିତ କମ୍ପାନୀ ସମ୍ପୂର୍ଣ ଭାବେ ବେଆଇନ ପ୍ରକ୍ରିୟା ରେ ଜଙ୍ଗଲ ଜମି ହାତେଇବା ପାଇଁ ପ୍ରୟାସ କରୁଥିଲା ଏବଂ ଏଥିରେ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି ବୋଲି ଉଲ୍ଲେଖ କରିବା ସହିତ ଶ୍ରିପୁରା ଗ୍ରାମବାସୀ ଙ୍କ ଏହି ଜଙ୍ଗଲ ଜମି ସୁରକ୍ଷା କାର୍ଯ୍ୟ ରେ ରାଜ୍ୟ ର ସମସ୍ତ ପ୍ରକୃତିପ୍ରେମୀ, ପରିବେଶବିତ ସାଥିରେ ରହି ସହଯୋଗ ପ୍ରଦାନ କରିବୁ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ |ଝାରସୁଗୁଡା ଜିଲ୍ଲା ପ୍ରଶାସନ ଶ୍ରିପୁରା ଗ୍ରାମବାସୀ ଙ୍କୁ ଏହି ମହତ କାର୍ଯ୍ୟ ରେ ସହଯୋଗ କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଥିଲେ | ଶ୍ରିପୁରା ଗ୍ରାମପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଏପଶୀଳନ କମ୍ପାନୀ କୁ ଏକ ଇଞ୍ଚ ଜଙ୍ଗଲ ଜମି ଛଡ଼ାଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି |ପରିବେଶବିତ ଅନନ୍ତ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମିନତୀ ପାତ୍ର ମରିବୁ ପଛେ ଜଙ୍ଗଲ ଜମି କୁ କମ୍ପାନୀ ହାତରେ ଟେକିବୁ ନାହିଁ ବୋଲି କହିଛନ୍ତି । ଏହି ପ୍ରତିବାଦ ସଭା ରେ ଶ୍ରିପୁରା ଗ୍ରାମ ର ୫ ଶହ ରୁ ଅଧିକ ପୁରୁଷ ମହିଳା ଯୋଗଦେଇଥିଲେ ଏବଂ ଜଙ୍ଗଲ ଜମି ଓ ରୋପଣ କରାଯାଇଥିବା ବୃକ୍ଷ ଗୁଡିକ ସୁରକ୍ଷା ଆଜୀବନ କରିବା ପାଇଁ ଶପଥ ନେଇଥିଲେ |
ରାଜ୍ୟ
ଏପଶୀଳନ ବିରୁଦ୍ଧରେ ଗ୍ରାମବାସୀଙ୍କ ଯୁଦ୍ଧଦେହି ଡାକରା: ମରିବୁ ପଛେ ଜଙ୍ଗଲ ଜମି ଛାଡ଼ିବୁ ନାହିଁ।
- Hits: 12








