ହେଡଲାଇନସ୍:

ପଞ୍ଚମ ବୃତ୍ତିରେ ବଣିଆପାଟ ଶିଶୁମନ୍ଦିରର କୃତିତ୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୬/୨- କଲେଜରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ର ଆଦିତ୍ଯ କୁମାର ପାତ୍ର ଓ ଛାତ୍ରୀ ଶୁଭଶ୍ରୀ ନାୟକ ଗତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କେନ୍ଦୁଝରଗଡ ପୌରପାଳିକାରେ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଦ୍ୟାଳୟ ପ୍ରାର୍ଥନା ସଭାରେ ସମସ୍ତ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ଗହଣରେ ସଂପୃକ୍ତ ଛାତ୍ରଛାତ୍ରୀ ଦ୍ବୟଙ୍କୁ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଭାଗୀରଥି ଗିରି , ସଦସ୍ୟା ମନ୍ଦାକିନୀ ବେହେରା ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ ହେଉ ବୋଲି ଆଶୀର୍ବାଦ ଦେଇଥିଲେ। ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ ।

0
0
0
s2sdefault