ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ପୁରାତନ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ବିଦ୍ୟାଳୟ ୧୦୫ ବର୍ଷ ର ପୁରାତନ ବିଦ୍ୟାଳୟ , ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଏଠି ପାଠ ପଢି ଆଜି ସାରା ଦେଶବିଦେଶ ରେ ଉଚ୍ଚ ପଦ ପଦବି ରେ ରହି ବିଦ୍ୟାଳୟ ର ସୁନାମ ଆଣିଛନ୍ତ।
ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଉଚ୍ଚ ସ୍ବପ୍ନ ଦେଖିବାପାଇଁ କହିଥିଲେ। ବିଧାୟକ ତାଙ୍କ ଅଭିଭାଷଣ କହିଛନ୍ତି କି ଏହି ପୁରାତନ ବିଦ୍ୟାଳୟ ର ଉନ୍ନତି ପାଇଁ ଯାହାବି ସହାୟତା ଆବଶ୍ୟକ ରହିଛି ମୁ ନିଶ୍ଚିତ ପୂରଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କାର୍ଯ୍ୟକ୍ରମ ବିଧାୟକ ସମେତ ଅନ୍ୟ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ ,
ପ୍ରାକ୍ତାନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ଉପ ଶିକ୍ଷା ଅଧିକାରୀ ଏସ ଗିରିଧାରୀ , ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଜି ସୁଦର୍ଶନ ରାଓ , ପ୍ରଧାନ ଶିକ୍ଷକ ଏସ କିରଣ କୁମାର , ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
- Hits: 12








