ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମର 'ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ନୂଆ ରୂପ ଦେଉଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି, 05/02/2026: କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ସହ ସମ୍ପର୍କ ବଢାଇବାର ସେତୁ ପାଲଟିଛି ବେଦାନ୍ତ ଆଲୁମିନିୟମର ‘ମିଳାପ’ ପ୍ରକଳ୍ପ । ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ ପ୍ରକଳ୍ପ ଅଞ୍ଚଳରେ ଏହା କାର୍ଯ୍ୟକାରୀ ଏହି ଗୋଷ୍ଠି ସମ୍ପର୍କ ଅଭିଯାନ ଜରିଆରେ ଲୋକଙ୍କ ଭିତରେ ସ୍ଥିରତା, ବିଶ୍ୱାସ ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇବାରେ ଲାଗିଛି ।
ଡିସେମ୍ବର ୨୦୨୩ ରେ ଆରମ୍ଭ ହୋଇଥିବା ମିଳାପ ହେଉଛି ଲୋକମାନଙ୍କ ସହିତ ଯୋଡି ହେବାପାଇଁ କମ୍ପାନୀର ଏଭଳି ଏକ ପଦକ୍ଷେପ ଯାହା ମାଧ୍ୟମରେ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଆନୁଷ୍ଠାନିକ ବୈଠକ କିମ୍ବା ଏକକାଳୀନ କାର୍ଯ୍ୟକ୍ରମ ଉପରେ ନିର୍ଭର କରିବା ପରିବର୍ତ୍ତେ, ମିଳାପ ଏକ ସରଳ ମଡେଲ ଭାବେ କାର୍ଯ୍ୟ କରୁଛି । ବେଦାନ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନେ ପ୍ରତି ମାସରେ ଆଖପାଖର ଗାଁକୁ ଯାଆନ୍ତି, ଲୋକଙ୍କ ସହ ବସିଥାନ୍ତି, ସେମାନଙ୍କ କଥା ଶୁଣନ୍ତି ଏବଂ ତଦନୁଯାୟୀ ପଦେକ୍ଷେପ ଗ୍ରହଣ କରନ୍ତି ।
ସମୟ ସହିତ, ଏହି ପଦକ୍ଷେପ ସମ୍ପର୍କର ସ୍ୱରୂପକୁ ବଦଳାଇ ଦେଇଛି।
କଳାହାଣ୍ଡିର ବିକାଶର ଇତିହାସ ଦର୍ଶାଉଛି ଯେ ଏଠାରେ ଫଳାଫଳ ନିବେଶ ଉପରେ ଯେତିକି ନିର୍ଭର କରେ, ବିଶ୍ୱାସ ଉପରେ ତାହାଠାରୁ ଅଧିକ ନିର୍ଭର କରେ। ତେଣୁ ମିଳାପ ଏକ ପ୍ରକଳ୍ପ ପରିବର୍ତ୍ତେ ଏକ ସମ୍ପର୍କର ସେତୁ ଭାବରେ କାର୍ଯ୍ୟକାରୀ ହୋଇଥିଲା । ପ୍ରତ୍ୟେକ ଥରର ଗସ୍ତ ପୂର୍ବ ଗସ୍ତ ଉପରେ ଆଧାରିତ, ଯାହା ଲୋକଙ୍କ ସହିତ ଆଲୋଚନାକୁ ଗଭୀର କରିବାକୁ, ଚିନ୍ତାଧାରାକୁ ସ୍ୱାଭାବିକ ଭାବରେ ପ୍ରକାଶ କରିବାକୁ ଏବଂ ପ୍ରସଙ୍ଗ ଅନୁଯାୟୀ ପରବର୍ତ୍ତୀ ପଦେକ୍ଷପ ଗ୍ରହଣକୁ ସହଜ କରିଥାଏ ।
ବରିଷ୍ଠ ଅଧିକାରୀମାନେ କାରଖାନା ପରିସରରୁ ବାହାରି ଆସି ଆସି ଗାଁର ପ୍ରାଙ୍ଗଣ, ବିଦ୍ୟାଳୟ ଏବଂ ସାଧାରଣ ସ୍ଥାନରେ ଲୋକମାନଙ୍କୁ ଭେଟିଥାନ୍ତି। ଆଲୋଚନାରେ କୃଷି ଏବଂ ଜୀବିକାଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦୈନନ୍ଦିନ ଭିତ୍ତିଭୂମିରେ ଥିବା ଆବଶ୍ୟକତା ପର୍ଯ୍ୟନ୍ତ ହୋଇଥାଏ । କୌଣସି ଘୋଷଣା ପରିବର୍ତ୍ତେ ଏଠାରେ ଲୋକଙ୍କ କଥାକୁ ଶୁଣିବା, ତାହାକୁ ଲିପିବଦ୍ଧ କରିବା ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଏ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋପାତ କରି ବେଦାନ୍ତ ଆଲୁମିନା ବିଜିନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, "ଯେତେବେଳେ ଆମେ ମିଳାପ ଆରମ୍ଭ କରିଥିଲୁ, ସେତେବେଳେ ମୋର ଏକ ସରଳ ବିଶ୍ୱାସ ଥିଲା, ଯେ ପ୍ରକୃତ ନେତୃତ୍ୱ କେବଳ ଆମ କାରଖାନାର ମଧ୍ୟରେ ସୀମିତ ହେଇନାହିଁ। ଗତ ଏକ ବର୍ଷ ମଧ୍ୟରେ, ମିଳାପ ଆମର ଅଧିକାରୀ ଏବଂ କର୍ମଚାରୀଙ୍କୁ ସିଧାସଳଖ ସେହି ଗୋଷ୍ଠି ସହିତ ଯୋଡ଼ିବାରେ ସକ୍ଷମ କରିଛି, ଯେଉଁମାନେ ଆମର ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ଏହି ମାସିକ ଆଲୋଚନା ଅନେକ ଆଗକୁ ବଢ଼ିଛି, ଅର୍ଥପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରୁଛି ଯାହା ଆମର ଆକାଂକ୍ଷାକୁ ବୁଝିବା, ଆହ୍ୱାନଗୁଡ଼ିକୁ ସ୍ୱୀକାର କରିବା ଏବଂ ସହଭାଗୀ ପ୍ରଗତିକୁ ପାଳନ କରିବାରେ ସାହାଯ୍ୟ କରୁଛି ।”
ଏହାର ଆରମ୍ଭ ପରଠାରୁ ମିଲାପ ବେଦାନ୍ତର ଲାଞ୍ଜିଗଡ଼ ବିଶୋଧନାଗାର ଆଖପାଖର ୪୬ ଟି ଗ୍ରାମ ସହିତ ଜଡିତ ହୋଇଛି, ଯେଉଁଥିରେ କେବଳ ୨୦୨୫ ରେ ୨୫ ରୁ ଅଧିକ ଗ୍ରାମ ଅନ୍ତର୍ଭୁକ୍ତ । ୧୫,୦୦୦ ରୁ ଅଧିକ ଗୋଷ୍ଠି ସଦସ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି, ପ୍ରାୟ ୩୦୦୦ ପରିବାର ସିଧାସଳଖ ଆଲୋଚନାରୁ ବାହାରିଥିବା ନିଷ୍କର୍ଷରୁ ଉପକୃତ ହୋଇଛନ୍ତି ।
କିନ୍ତୁ ଏହାର ପ୍ରଭାବ ସଂଖ୍ୟା ଅପେକ୍ଷା ସମ୍ପର୍କ ଉପରେ ଅଧିକ । ଗାଁ ଗହଳକୁ ଗସ୍ତ ଜାରି ରହିଥିବା ବେଳେ ଲୋକଙ୍କ ଭିତରେ ଥିବା ଦ୍ୱିଧାହୀନ ଖୋଲା କଥା ଆଲୋଚନା ଜରିଆରେ ଅସଲ ବିକାଶକୁ ବାଟ ଦେଖାଇଛି।
ବେଦାନ୍ତ ଆଲୁମିନିୟମର ବୈଷୟିକ ନିର୍ଦ୍ଦେଶକ ଫିଲିପ୍‍ କ୍ୟାମ୍ପବେଲ୍‍ କହିଛନ୍ତି, "ମିଳାପ ଧୀରେ ଧୀରେ ଆପଣଙ୍କୁ ସେହିସବୁ ବ୍ୟକ୍ତି ଏବଂ ଆଲୋଚନା ମଧ୍ୟକୁ ନେଇଯାଏ ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ । ଗ୍ରାମରେ ସମୟ ବିତାଇବା ଏକ ଦୃଷ୍ଟିକୋଣର ଆଣିଥାଏ ଯାହା ଗସ୍ତ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ସହିତ ରହିଥାଏ ।"
ମିଲାପକୁ ଯାହା ସ୍ବତନ୍ତ୍ର କରିଥାଏ ତାହା ହେଉଛି ଲୋକଙ୍କ ମତ କିପରି ବାସ୍ତବ, ସ୍ଥାନୀୟ ପ୍ରାସଙ୍ଗିକ କାର୍ଯ୍ୟରେ ପରିବର୍ତ୍ତିତ ହୋଇଥାଏ । ଗ୍ରାମଗୁଡିକର ବିଭିନ୍ନ ସ୍ଥାନରେ ଜରୁରୀ ସାମଗ୍ରୀ, ରୋଷେଇ ଉପକରଣ ଏବଂ ଆସନ ସହିତ ସଜ୍ଜିତ ହୋଇଛି, ଯାହା ସେମାନଙ୍କୁ ବୈଠକ ଏବଂ ସାମୂହିକ କାର୍ଯ୍ୟକଳାପ ପାଇଁ ଅଧିକ ସହଜ କରିଥାଏ । ଯୁବ ଭାଗିଦାରୀ ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହୋଇଛି। ହରେକୃଷ୍ଣପୁରରେ, ସ୍ଥାନୀୟ କ୍ରିକେଟ୍ ଦଳ ପୋଷାକ ଏବଂ କ୍ରୀଡା ଉପକରଣ ଗ୍ରହଣ କରିଥିଲେ, ଏହି ଛୋଟିଆ ପଦେକ୍ଷପ ଯାହା ଅତ୍ୟଧିକ ଗୁରୁତ୍ୱ ବହନ କରିଥିଲା । ଅନେକ ଯୁବ ବର୍ଗଙ୍କ ପାଇଁ, ଏଭଳି ସ୍ୱୀକୃତି ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛି ଏବଂ ଦକ୍ଷତା ବିକାଶ ସୁଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିଛି।
“ମିଳାପ କାର୍ଯ୍ୟକ୍ରମ ସମୟରେ ବେଦାନ୍ତ କର୍ମଚାରୀମାନଙ୍କ ସହ ଏକାଠି ସମୟ କାଟିବା ଏବଂ ସମସ୍ତଙ୍କ ସହ ଭୋଜନ କରିବାର ସୁଯୋଗ ମିଳିଲା, ଯାହା ସମଗ୍ର ଗାଁ ପାଇଁ ସମ୍ପର୍କ ଓ ସହଯୋଗର ଏକ ଦିନ ଭାବେ ପରିଣତ ହେଇଛି। ଏହା ସହିତ ବିଭିନ୍ନ ଗୋଷ୍ଠୀ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଯୁବପିଢ଼ି ପାଇଁ କ୍ରୀଡ଼ା ସାମଗ୍ରୀ ପରି ଉପକାରୀ ସହଯୋଗ ମଧ୍ୟ ମିଳିଛି। ଏହି ଛୋଟ ଛୋଟ ପଦକ୍ଷେପ ଗାଁର ସମାବେଶକୁ ଆହୁରି ସୁଦୃଢ଼ କରିବା ସହ ପିଲାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି,”ବୋଲି ହରେକୃଷ୍ଣପୁରର ବାସିନ୍ଦା ବିଶ୍ୱମ୍ବର ପ୍ରଧାନୀ କହିଛନ୍ତି।
ସମୟକ୍ରମେ ମିଳାପ ଆଖପାଖ ଗୋଷ୍ଠି ସହିତ ବେଦାନ୍ତ ଆଲୁମିନିୟମର ସମ୍ପର୍କର ପ୍ରକୃତିକୁ ବଦଳାଇ ଦେଇଛି। ବିକାଶମୂଳକ ପଦକ୍ଷେପରେ ଅଂଶଗ୍ରହଣ ବୃଦ୍ଧି ପାଇଛି, ଯୋଗାଯୋଗର ମାଧ୍ୟମ ସ୍ଥିର ହୋଇଛି, ଏବଂ ସମ୍ପର୍କର ସ୍ୱର ସନ୍ଦେହ ରୁ ସହଯୋଗ ଆଡ଼କୁ ଗତି କରିଛି।

 

0
0
0
s2sdefault