ହେଡଲାଇନସ୍:

ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଜେଡି ନେତା ଓ କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର ୦୪/୦୨/୨୦୨୬: ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଧାନ କ୍ରୟ, ମଣ୍ଡି ସମସ୍ୟା, ଚାଷୀଙ୍କୁ ମିଳୁନଥିବା ନ୍ୟାୟ ସଙ୍ଗତ ମୂଲ୍ୟ ଭଳି ବିଭିନ୍ନ ଦାବିକୁ ନେଇ ଏହି ଆନେ୍ଦାଳନ ହୋଇଥିଲା । ବିଜେଡି ନେତା ଓ କର୍ମୀମାନେ ହାତରେ ପତାକା ଓ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଚାଷୀଙ୍କ ହକ୍ ଓ ସୁରକ୍ଷା ପାଇଁ ଦଳ ସଦାସର୍ବଦା ରାଜ ରାସ୍ତାରେ ଲଢେଇ କରିବ ବୋଲି ନେତୃବୃନ୍ଦ ମତ ଦେଇଥିଲେ । ବିଜେପି ସରକାରଙ୍କ ଚାଷୀ ମାରଣ ନୀତି, ବିପର୍ଯ୍ୟୟ ଆଇନ୍ ଶୃଙ୍ଖଳା ଓ ପ୍ରତିଶ୍ରୁତି ଖିଲାପ ବିରୁଦ୍ଧରେ ଗୋପାଳଜୀ ମନ୍ଦିର ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦ ସଭା ଓ ପଦଯାତ୍ରା ସହିତ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ବିଜୁ ଜନତା ଦଳ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହିଥିବା ବେଳେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଚିତ୍ତରଞ୍ଜନ ପ୍ରଧାନ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ଜିଲ୍ଲା ସଭାନେତ୍ରୀ ଅରୁଣୀ ପ୍ରଧାନ, ତିଲେଇବଣି ବ୍ଲକ ସଭାନେତ୍ରୀ ସୁଜାତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅନୀତା ପାତ୍ର, ଜିଲ୍ଲାପରିଷଦ ସଭାନେତ୍ରୀ ସୁଷମା ବେହେରା, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଯୁବ ସଭାପତି ପ୍ରତାପ ଦେବ, ନଗେନ କୁମାର ପଣ୍ଡା, ସମିର ପ୍ରଧାନ ଛାତ୍ର ସଭାପତି ଭବାନୀ ସାହୁ, ମାନସ ପ୍ରଧାନ, ରିଙ୍କୁ ସାହୁ, ଶରତ ମେହେର, ରିଙ୍କୁ ଖଡ଼ି, ରୁପକ ମାଝୀ ପ୍ରମୁଖ ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ ଯୋଗଦେଇଥିଲେ । ମଣ୍ଡିରେ ଧାନ ଉଠାଣ ହେଉନଥିବା, ଚାଷୀମାନେ ଦିନକୁ ଦିନ ଅସୁବିଧା ଭୋଗୁଥିବା ନେଇ ନେତାମାନେ ଅଭିଯୋଗ କରିଥିଲେ । ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରାଯାଇଛି । 
ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

0
0
0
s2sdefault