ହେଡଲାଇନସ୍:

ଦେବଦର୍ହା ଠାରେ ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚର ପାରିବାରିକ ବନ୍ଧୁ ମିଲନ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚର ପୁରାତନ ଛାତ୍ର ଓ ଛାତ୍ରୀଙ୍କର ପାରିବାରିକ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଖୁସି ଆନନ୍ଦେ ଅନୁଷ୍ଠିତ ହୋଇଯାଇଛି। ଏକ ପାରିବାରିକ ବନ୍ଧୁ ମିଳନ ସଭା ହୋଇଥିଲା ଏହି ସଭାରେ ରମେଶ ମେହେର ପରିଚାଳନା କରିଥିଲେ ପାଠ ପଢ଼ୁଥିବା ସମୟରେ ଶିକ୍ଷାଦାନ ଦେଇଥିବା ଗୁରୁ ପରକ୍ଷିତ ବେହେରା, ହେମସାଗର ସାହା, ଗୋପାଳଜୀ ପାଣିଗ୍ରାହୀ,ମୀନକେତନ ସାହୁ, କ୍ଷୀରୋଦ୍ର ଦାଶ, ଭାରତୀ ସାମନ୍ତରାୟ, ନିର୍ମଳ ବାଙ୍କ, ଦିଲ୍ଲୀପ ସାହା ପ୍ରମୁଖଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରି ଉପସ୍ଥିତ ଗୁରୁଜୀଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରଯାଇଥିଲା । ହେଲେ ଏଥର ପ୍ରତ୍ୟେକ ବନ୍ଧୁମାନେ ନିଜନିଜ ପରିବାରର ଙ୍କ ସହ ଯୋଗଦାନ ଦେଇ ହସଖୁସି ସହ ବନ୍ଧୁତା ମିଳନ କାର୍ଯ୍ୟକ୍ରମ ସମାପନ କରିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ବାର୍ତ୍ତାଳାପ, ଗୁରୁ ଶିଷ୍ୟର ପରମ୍ପରା, ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ନିଜ ନିଜ ଅଭିଜ୍ଞତାରୁ କିଛି ବଖାଣିଥିଲେ। ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚ ରେ ପାଠପଢୁ ଥିବା ସମୟରେ ସାଙ୍ଗ ହୋଇଥିବା ସମସ୍ତ ଅନୁଭୂତି କୁ ଅନୁଭବ କରିଥିଲେ। ବରିକେଲ ସମେତ ବଲାଙ୍ଗୀର, ସୋନପୁର,ବରଗଡ ନୂଆପଡା ପ୍ରଭୃତି ଦୂର ସ୍ଥାନରେ ରହୁଥିବା ସମସ୍ତ ବନ୍ଧୁ ଓ ତାଙ୍କ ପରିବାର ଯୋଗଦାନ ଦେଇଥିଲେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଗଙ୍ଗାଧର, ପ୍ରସନ୍ନ, ନିରୋଜ, ନବୀନ, ସୁରେଶ, ଲୋକନାଥ, ରାଜିବ, ଅଶୋକ, ଅକ୍ଷୟ, ରାଜୁ, କ୍ଷେତ୍ରପାଳ, ରୁଦ୍ର, ବାବୁଲାଲ, ପ୍ରଶାନ୍ତ, ଗୁଜୁରାମ, ସୁଦାମ, ତୃପ୍ତି, ସନ୍ତୋଷିନୀ, ସୁଷମା, ବେଦମତି, ଶୋଭାଗିନୀ, ସୁବାଶିନୀ, ଦ୍ରୋପଦି, ଧନମତି, ସସ୍ମିତା, ସବିତା ସୁଷମା, ରେବତୀ, ଯୋଗଦାନ କରିଥିଲେ। ଶେଷରେ ଆନନ୍ଦ ସହ ଆସନ୍ତା ବର୍ଷ ରେ ପୁଣିଥରେ ଏକାଠି ହେବାପାଇଁ ଘୋଷଣା ହୋଇଥିଲା।
ଶେଷରେ ଦିଲ୍ଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault