ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ
ଏତଦ୍ ଦ୍ବାରା ସମସ୍ତ ଜଗତସିଂହପୁର ଜିଲ୍ଲା ପାଇଁ ଗୃହରକ୍ଷୀ ନିଯୁକ୍ତି —୨୦୨୫ ଲିଖିତ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ, ଲିଖିତ ପରୀକ୍ଷା ତା.୧୪.୦୨.୨୦୨୬ ସକାଳ ୧୦.୦୦ ଘଟିକା ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ, ଜଗତସିଂହପୁର ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଯୋଗ୍ୟ ବିବେଚିତ ପାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ର ରେ ପ୍ରବେଶ କରିବା ପାଇଁ ପ୍ରବେଶ ପତ୍ର (ଆଡିମିଟ କାର୍ଡ) ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ (D.I.B, DPO, Jagatsinghpur) ରେ ତା. ୦୬.୦୨.୨୦୨୬ ଠାରୁ ତା ୧୧.୦୨.୨୦୨୬ ରିଖ ମଧ୍ୟରେ ସମୟ ସକାଳ ୧୦.୩୦ ରୁ ସନ୍ଧ୍ୟା ୦୫.୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ପ୍ରାର୍ଥୀମାନେ ପ୍ରବେଶ ପତ୍ର (ଆଡିମିଟ କାର୍ଡ) ପ୍ରାପ୍ତି ନିମନ୍ତେ ନିଜର ମୌଳିକ ପ୍ରମାଣପତ୍ର (ଭୋଟର କାର୍ଡ/ଆଧାର କାର୍ଡ ନକଲ) ଏବଂ ପାସ ପୋର୍ଟ ସାଇଜ ରଙ୍ଗୀନ ଫଟୋ ଯାଞ୍ଚ ନିମନ୍ତେ ନିଜ ସାଥିରେ ଆଣିବେ ।








