ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ ଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଗାମୀ ଏପ୍ରିଲ୍ ୧୬ ତାରିଖ ରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା କୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ। ଏଥିନିମନ୍ତେ ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆତ୍ମଗଣନା କରାଯିବ। ଯେଉଁଥିରେ ସେନ୍ସସ୍ ପୋର୍ଟାଲ ରେ ଲଗ୍ ଇନ୍ କରି ଯେ କୌଣସି ବ୍ୟକ୍ତି ନିଜର ସମସ୍ତ ତଥ୍ୟ ଅପଲୋଡ଼ କରିପାରିବେ। ଯଦିଓ ଜନ ଗଣନା ଭାରତ ରେ ପ୍ରତି ୧୦ ବର୍ଷ ରେ ହେବାକଥା, ମାତ୍ର ଏହା ୨୦୧୧ ମସିହା ପରେ ୧୫ ବର୍ଷ ବ୍ୟବଧାନ ରେ ହେଉଥିବାରୁ, ଜଣେ ସଚେତନ ନାଗରିକ ହିସାବ ରେ ନିଜର ସମସ୍ତ ତଥ୍ୟ ସତ୍ୟ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଉପଦେଶ ଦେଇଛନ୍ତି। କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ।ଏଥିରେ କେବଳ ବ୍ୟକ୍ତି ବିଶେଷ ଙ୍କ ଗଣନା ନୁହେଁ , ବରଂ ପ୍ରତ୍ୟେକ ପରିବାର ର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ। ଏଥର ଜନଗଣନାକାରୀ ମାନେ ପ୍ରତ୍ୟେକ ଘର ବୁଲି ସମସ୍ତ ବିଷୟ ର ସଠିକ୍ ବିବରଣୀ ପଚାରିବେ। ଘର ର ମୂରବୀ, ତାଙ୍କର ଜାତି, ଲିଙ୍ଗ, ବୟସ , ଠାରୁ ଆରମ୍ଭ କରି ଘର ର ଷ୍ଟାଟସ୍, ପକ୍କା ଘର କି କଚ୍ଚା ଘର ଏହିପରି ୩୩ ଗୋଟି ପ୍ରଶ୍ନ ପଚାରିବେ। ତେଣୁ ସମସ୍ତେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ଉଚିତ୍ ବୋଲି ସେ କହିଥିଲେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ରୁ ଆଡିସନାଲ୍ ଡାଇରେକ୍ଟର ଶ୍ରୀମତୀ ମିଲିତା ଦତ୍ତ ଟ୍ରେନିଙ୍ଗ ଅଫିସର ଭାବେ ଯୋଗଦେଇ ଆଗାମୀ ଜନଗଣନା କୁ ସୂଚାରୁ ରୂପେ ସମ୍ପନ୍ନ କରିବାପାଇଁ ପ୍ରଶିକ୍ଷଣ ଦେଇଥିଲେ। ଆଗାମୀ ଦିନରେ ଏଥିପାଇଁ ନିଯୁକ୍ତ ମାଷ୍ଟର ଟ୍ରେନର ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ଜିଲ୍ଲାସ୍ତରରେ ନିୟୋଜିତ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କରାଯିବ। ସମଗ୍ର ରାଜ୍ୟ ରେ ପ୍ରାୟ ଏକ ଲକ୍ଷ ଜନଗଣନାକାରି ଏହି କାର୍ଯ୍ୟ ସମ୍ପାଦନ କରିବେ। ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ସମସ୍ତ ବିଡ଼ିଓ ତହସିଲଦାର ନିର୍ବାହୀ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ ଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Hits: 6








