ହେଡଲାଇନସ୍:

ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ତା ୦୪ .୦୨ .୨୦୨୬ ରିଖ : ଗ୍ରାମାଞ୍ଚଳରେ ଥିବା ଥିବା ଆସ୍ଥା ସ୍ଥଳୀଗୁଡିକୁ ବିକାଶ ସ୍ଥଳୀରେ ପରିଣତ କରାଯିବ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନିଆଳି ପାଇବ ସ୍ବତନ୍ତ୍ର ସ୍ଥାନ। ଆଜି ନିଆଳି ଅଚିନା ଖେଳପଡ଼ିଆଠାରେ ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡର ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହା କହିଛନ୍ତି। ଏଥିସହ ଏହି ଅଞ୍ଚଳର ମାହାତ୍ମ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏଠାରେ ଏକ ବ୍ୟାଖ୍ୟାନ କେନ୍ଦ୍ର କରାଯିବ ବୋଲି ନିଜ ଅଭିଭାଷଣ ମାଧ୍ୟମରେ କହିଛନ୍ତି। ଏଥିସହ ପ୍ରାଚୀ ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ଚିରସ୍ରୋତା ନଦୀରେ ପରିଣତ କରିବା ଦିଗରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡର ପରିଯୋଜନା ଅଧୀନରେ ଅଷ୍ଟଶମ୍ଭୁ ତୋରଣ ପରିସରର ନିର୍ମାଣ, ଶ୍ରୀ ଶୋଭନେଶ୍ଵର, ଶ୍ରୀ ଅନ୍ଧକପିଳେଶ୍ଵର, ଶ୍ରୀ ଗୋକର୍ଣ୍ଣେଶ୍ଵର, ଶ୍ରୀ ରାମେଶ୍ବର, ଶ୍ରୀ ଗ୍ରାମେଶ୍ଵର ଏବଂ ଶ୍ରୀ ଅଙ୍ଗେଶ୍ୱର ମନ୍ଦିରର ଉନ୍ନତିକରଣ କରାଯିବ। ଏହି ପରିଯୋଜନା ପାଇଁ ମୋଟ ୨୪ କୋଟି ଟଙ୍କା ବ୍ୟୟ କରାଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
Imageକାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଛବି ମଲିକ ଉଦବୋଧନ ଦେଇ ନିଆଳି ଅଞ୍ଚଳରେ ଆଧ୍ୟାତ୍ମିକ ଓ ଭାଇଚାରାର ବାତାବରଣ ସୃଷ୍ଟି ଦିଗରେ ଏହି ପର୍ଯ୍ୟଟନ କରିଡରର ବିଶେଷ ଗୁରୁତ୍ବ ରହିଛି ବୋଲି କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭଉସାହେବ ଶିନ୍ଦେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ସଚିବ ପର୍ଯ୍ୟଟନ ବିଭାଗ ଶ୍ରୀ ସରୋଜ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଚେକ ପ୍ରଦାନ କରିଥିଲେ। ଶେଷରେ ଉପମୁଖ୍ୟମନ୍ତ୍ରୀ ନିଆଳିଠାରେ ମିଶନ ଶକ୍ତି କାଫେ ଓ ରିଟେଲ ମାର୍ଟର ଶୁଭ ଉଦ୍ଘାଟନ କରିଥିଲେ।

0
0
0
s2sdefault