ହେଡଲାଇନସ୍:

ପୋଲ କାମ ଦରଖଣ୍ଡିଆ ରଖି ଠିକାଦାର ଛୁ, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୪/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଡୁମୁରିଆ ଠାରୁ ଶରଧାପୁର ରାସ୍ତା ଦୁଇ ବର୍ଷ ହେବ ନିର୍ମାଣ ଚାଲିଥିଲେ ମଧ୍ୟ ସରୁ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଂଚଳକୁ ମୁଖ୍ୟମନ୍ତ୍ରୀ ଅତୀତରେ ଅନେକ ଥର ଗସ୍ତ କରିଛନ୍ତି ସେ ଏଠାରେ ଖୁବ ଲୋକପ୍ରିୟ। ତଥାପି ଏହି ରାସ୍ତାକାମ କରୁଥିବା ଠିକାଦାର ଏହାକୁ ଦୁଇ ବର୍ଷ ଭିତରେ ସାରି ପାରୁନାହିଁ ବରଂ ରାସ୍ତା ଲାଗି ହେଉଥିବା ପୋଲ ପାଖରେ କାମ ଅଟକି ଯାଇଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚ ଖଣ୍ଡ ପଂଚାୟତ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲ ଉପରେ ଭାରି ଗାଡ଼ି ବିପଜ୍ଜନକ ଭାବେ ଚଳାଚଳ କରୁଛନ୍ତି। ଏଠାରେ ଠିକାଦାର ରାସ୍ତା ପୁରା କରିବା ବଦଳରେ ଏବେ ଅନେକ ଗାତ ଖାଲ କରିଦେଇଛି ପଥଚାରି ମାନେ ପ୍ରତିକ୍ଷଣରେ ଏଠାରେ ବିପଦର ସାମ୍ନା କରୁଛନ୍ତି। ତେଣୁ ସ୍ଥାନୀୟ ଲୋକେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କି ସେ ହସ୍ତକ୍ଷେପ କରି ଏହି ରାସ୍ତା କାମ ଜଲଦି ସାରନ୍ତୁ ଅନ୍ୟଥା ଲୋକେ ବାଧ୍ୟ ହୋଇ ରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି।

0
0
0
s2sdefault