ହେଡଲାଇନସ୍:

ନୂଆଁପଡ଼ା ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନୂଆଁପଡ଼ା ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଗୌରହରି ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ସ୍ଵତନ୍ତ୍ର ଅତିଥି ଭାବେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ୍ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ, ସିଆରସିସି ଛାୟାକାନ୍ତ ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତlରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମରେ ନୂଆଁପଡ଼ା, ରାଇପଡା, ଗୁଣ୍ଠପଲ୍ଲବା ଗ୍ରାମର ଗୋଷ୍ଟୀ ସଭ୍ୟ ମାନେ ସହଯୋଗ କରିଥିଲେ I ଅନୁଷ୍ଠିତ 'ମୋ ଜେଜେ ବାପା ଏବଂ ଜେଜେ ମାଆ' ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ଦିବ୍ୟ ରଞ୍ଜନ ସ୍ୱାଇଁ, ଦେବୀ ପ୍ରସାଦ ରାଉତ ଏବଂ ସତ୍ୟ ନାରାୟଣ ସ୍ୱାଇଁଙ୍କୁ ସନ୍ନ୍ୟାସୀ ପାତ୍ର ପୁରସ୍କୃତ କରିଥିଲେ I କୃଷ୍ଣଚନ୍ଦ୍ର ନାୟକଙ୍କୁ ଶ୍ରେଷ୍ଠ ଜେଜେବାପା ରୂପେ ମଧ୍ୟ ଶ୍ରୀ ପାତ୍ର ସମ୍ମାନିତ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I

0
0
0
s2sdefault