ବେଲଗୁଣ୍ଠା-(ଶିବରାମ ଚୌଧୁରୀ)- : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼. ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ଯକ୍ଷ ଵି. ଗୋବିନ୍ଦ ରାଓ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ଯୁବସମାଜସେବୀ ସନ୍ତୋଷ ବିଷୋୟୀ, ସାମ୍ବାଦିକ ପଞ୍ଚାନନ ସାହୁ,ସୂର୍ଯ୍ୟନାରାୟଣ ତ୍ରିପାଠୀ, ଶିବରାମ ଚୌଧୁରୀ,ଭଞ୍ଜନଗର ମେଡିକାଲର ଡା. ପତିତ୍ୱପାବନ ଅଗସ୍ତି ଓ ଡା. ସତୀଶ ମୋହନ ପାଢ଼ୀ, ଶିକ୍ଷାବିତ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ ୬୩ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରି ଖୁସି ପ୍ରକଟ କରିଥିଲେ I ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ଯୁବ ରେଡକ୍ରସ ଉପଦେଷ୍ଠା ଡ଼. ସଂଜୀବ କୁମାର ଦାସ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୩ ଜଣ ରକ୍ତଦାନ କଲେ
- Hits: 5








