ହେଡଲାଇନସ୍:

ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ଇନାମି ମାଓବାଦି ର ଆତ୍ମ ସମର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି, ୪ ଫେବ୍ରୁଆରି:  ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା । ଛତିଶଗଡ ମାଓ ସଂଗଠନର ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ବୁଧବାର ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଂଗଠନ ରେ ବ୍ୟବହାର କରୁଥିବା ନିଜର ଅତ୍ୟାଧୁନିକ ଏସଏଲଆର ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲ୍ୟାଣ୍ଡମାଇନ, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ୍ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ପୁଲିସ ପାଖରେ ଆତ୍ମସମର୍ପଣ କରିଛି ।

ଛତିଶଗଡ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥୁଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳର ଅନେକ ହିଂସା କାଣ୍ଡ ରେ ଜଡିତ ଥିଲେ ଏହି ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ।କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେ ଓଡିଶା ଓ ଛତିଶଗଡର ବିଭିନ୍ନ ହିଂସାକାଣ୍ତ ସାମିଲ ଥିଲା। ହେଲେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ମାଲକାନଗିରି ଏସପି କହିଛନ୍ତି ।

0
0
0
s2sdefault