ମାଲକାନଗିରି, ୪ /୨: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ଆଜି ପେଟ୍ରୋଲିଂ ସମଯରେ ୧୬ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ସଦର ଥାନା ଅନ୍ତର୍ଗତ ଦାନିଗୁଡା ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୋ କାରୁକୋଣ୍ଡାରୁ ମାଲକାନଗିରି ଅଭିମୁଖେ ଜଣେ ବ୍ୟକ୍ତି ଏକ ସ୍କୁଟି ଯୋଗେ ଦ୍ରୁତ ଗତିରେଆସୁଥିବା ଦେଖୁସନ୍ଦେହ ହେବାରୁଅଟକାଇ ଯାଞ୍ଚ କରିଥିଲେ | ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ କରିବା ସହ ସ୍କୁଟିକୁ ଜବତ କରାଯାଇଛି । ଏହି ଗଞ୍ଜାଇକୁ ସୁକୁମା ଅଭିମୁଖେ ନେଉଥିବା ନେଇ ସ୍କୁଟି ଚାଳକ ସ୍ବୀକାର କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ସ୍କୁଟି ଚାଳକ ଚନ୍ଦ୍ର ଗୁଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଘର ବାଲିମେଳା ବୋଲି ଜଣାପଡିଛି। ଏହି ଚଢ଼ଉରେ ଅବକାରୀ ବିଭାଗର ଇନ୍ସପେକଟର ବିଙ୍ଗରାଜ ଦାମୀ, ଜ୍ଞାନରଞ୍ଜନ ସାହୁ, ପ୍ରଦୀପ ନାୟକ, ପାଣ୍ଡ |ଣ୍ଡବ ଟୁଡୁ, ଚନ୍ଦନ ଚେଟି ପ୍ରମୁଖ ସାମିଲ ଥିଲେ |
ରାଜ୍ୟ
ଗଞ୍ଜେଇ ଜବତ, ଜଣେ ଗିରଫ
- Hits: 4








