ଝାରସୁଗୁଡା, ୪/୨ : ଝାରସୁଗୁଡା ପୌର ପରିଷଦ ର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଟେଣ୍ଡର ଫିକ୍ସିଂ, କମ୍ପାନୀ ଗୁଡିକୁ ହୋଲଡିଂ ଚାର୍ଜ ରେ ଅନୁକମ୍ପା ପ୍ରଦାନ, ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ପିସି କାରବାର ସହିତ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ନେଇ ଝାରସୁଗୁଡା ପୌର ପରିଷଦ ଅଧ୍ୟକ୍ଷା ଏବଂ କାଉନସିଲର ମାନେ ଅଭିଯୋଗ କରିବା ସହିତ ନିର୍ବାହୀ ଅଧିକାରୀ ଙ୍କ ନାମ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ବୁଧୁବାର ଅପରାହ୍ନ ରେ ଦାବିପତ୍ର ପ୍ରଦାନ କରିଛନ୍ତି |ଝାରସୁଗୁଡା ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ନାମ ରେ କରାଯାଇଥିବା ଅଭିଯୋଗ ଅନୁସାରେ ମଲ୍ଲିକ ପୌର ପରିଷଦ ର କିଛି ଅଧିକାରୀ ଙ୍କୁ ନିଜ ଟିମ ରେ ସଂଶ୍ଲିଷ୍ଟ କରି ବିଭିନ୍ନ ଟେଣ୍ଡର ପ୍ରକ୍ରିୟା ରେ ଫିକ୍ସିଂ କରି ନିର୍ଦ୍ଧିଷ୍ଟ ଜଣେ ବ୍ୟକ୍ତି ଙ୍କୁ ବିଭିନ୍ନ କାମ ପୌର ପରିଷଦ ରୁ ପ୍ରଦାନ କରୁଥିବା, ପୌର ପରିଷଦ ରେ କାର୍ଯ୍ୟ କରୁଥିବା ପରିମଳ ଠିକାଦାର ଙ୍କୁ ଅନୁକମ୍ପା ପ୍ରଦାନ କରି ତାଙ୍କ ଠାରୁ ମୋଟା ଅଙ୍କ ର ଟଙ୍କା ଆଦାୟ କରିବା, ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ୧୦ ପ୍ରତିଶତ ପିସି ନେଵା, ବିଭିନ୍ନ କୋଠା ନିର୍ମାଣ ପାଇଁ ଡିଡ଼ ସ୍ଵାକ୍ଷର ବେଳେ ମୋଟା ଅଙ୍କ ର ରାଶି ଦାବୀ କରିବା ସହିତ ତୃତୀୟ ବ୍ୟକ୍ତ ଙ୍କୁ ଲଗାଇ ଲକ୍ଷାଧିକ ଟଙ୍କା ସଂଗ୍ରହ କରିବା, ପ୍ରତି ମାସ ରାଜ୍ୟ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗ ର ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କୁ ଟଙ୍କା ପଠାଉଛି କହି ପୌର ପରିଷଦ ର ବିଭିନ୍ନ କର୍ମଚାରୀ ଙ୍କୁ କହି ବିଭିନ୍ନ ବିଭାଗ ରୁ ଟଙ୍କା ଆଦାୟ କରାଇବା, ଝlଡ଼େଶ୍ୱର ମନ୍ଦିର ନିକଟରେ ଥିବା ଇକୋ ପାର୍କ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ କାର୍ଯ୍ୟ ର ଇ ଟେଣ୍ଡର ପୋର୍ଟାଲ ରେ ଅଣ ସୂଚିବଦ୍ଧ ଜିନିଷ ର ନିର୍ଦ୍ଧିଷ୍ଟ କରଣ ବିନା ଟେଣ୍ଡର ଆହ୍ୱାନ କରାଯାଇଛି, ଯାହାକି ଓପିଡବ୍ଲୁଡି କୋଡ଼ କୁ ସମ୍ପୂର୍ଣ ଉଲ୍ଲଘଂନ କରି ଟେଣ୍ଡର ପ୍ରକ୍ରିୟା କୁ ଦୁର୍ନୀତି ପୂର୍ଣ୍ଣ କରିଛି ଆଦି ବହୁତ ଦୁର୍ନୀତି କାର୍ଯ୍ୟ କଳାପ ରେ ନିଜେ ଲିପ୍ତ ରହି ପୌର ପରିଷଦ ର କିଛି କର୍ମଚାରୀ ଙ୍କୁ ମଧ୍ୟ ଏହି କାର୍ଯ୍ୟ ରେ ସାମିଲ କରାଇଛନ୍ତି |ସବୁଠାରୁ ବଡ଼ କଥା ହେଉଛି ଯେ ଏହା ନିର୍ବାହୀ ଅଧିକାରୀ ମଲ୍ଲିକ ଆଗରୁ ବେଦାନ୍ତ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ବେଦାନ୍ତ କମ୍ପାନୀ ର ଟାଉନସିପ ହୋଲଡିଂ ଚାର୍ଜ ର ମୂଲ୍ୟାୟନ ଉଦ୍ଦେଶ୍ୟ ମୂଳକ ଭାବ ରେ କରି ବେଦାନ୍ତ କମ୍ପାନୀ କୁ କୋଟି କୋଟି ହୋଲଡିଂ ଚାର୍ଜ କୁ ହ୍ରାସ କରିବା, ବେଦାନ୍ତ କମ୍ପାନୀ ରେ ବେଆଇନ ନିର୍ମାଣ କୁ ବନ୍ଦ ନ କରିବା ଉକ୍ତ କମ୍ପାନୀ କୁ ବିଭିନ୍ନ ସୂତ୍ର ରୁ ଲାଭବାନ କରି ଉକ୍ତ କମ୍ପାନୀ ଠାରୁ ନିଜେ କୋଟି କୋଟି ଟଙ୍କା ରୋଜଗାର କରିବା ଆଦି ଦୁର୍ନୀତି କାର୍ଯ୍ୟ ରେ ଲିପ୍ତ ଅଛନ୍ତି ବୋଲି ଝାରସୁଗୁଡା ବାସୀ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି | ଯାହାଦ୍ୱାରା କି ନିର୍ବାହୀ ଅଧିକାରୀ ପୌର ଆଇନ ୧୯୫୦, ୧୯୬୨, ୧୯୮୮ ଆଦିକୁ ଉଲ୍ଲଙ୍ଘନ କରିବା ସହିତ ଝାରସୁଗୁଡା ବାସୀ ଙ୍କ ସ୍ୱାର୍ଥ କୁ ବିଶେଷ ଭାବ ରେ କ୍ଷତି ପହଞ୍ଚାଉଛନ୍ତି |ଏହି ଦାବିପତ୍ର ଝାରସୁଗୁଡାବାସୀ ଙ୍କ ସ୍ୱାର୍ଥ ଏବଂ ପୌର ପାଳିକା ର ସମ୍ମାନ ପ୍ରତି ବହୁତ ଆଘାତ ସୃଷ୍ଟି କରୁଛି, ତେଣୁ ପୌରାଧକ୍ଷା ରାନୀ ହାତୀ ଙ୍କ ସହିତ କାଉନସିଲର ଗୀତାଞ୍ଜଳି ପଣ୍ଡା, ବାସନ୍ତୀ ଟପ୍ପୋ, ପ୍ରତିମା ଭଇଂସା, ସୁନିତା ମିରିଗ, ପୱନ କୁମାର ଶର୍ମା, ବୈଶାଳୀ, କୈଳାଶ ନନ୍ଦ, ନବନୀତ କୌର, ବବିତା ରନବିଡା, ନିତୁରାଣୀ ସେଠ, ମନୀଷା ଚୌହାନ, ଝରଣା ଭୋଇ, ସୁଷମା ବରାଡ଼, ଜୟନ୍ତୀ ନାୟକ, ବିମା ପଟେଲ ପ୍ରମୁଖ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଙ୍କୁ ଦାବିପତ୍ର ଦେବା ସହ ଦେଇଥିବା ବେଳେ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ମଲ୍ଲିକ କରୁଥିବା ଦୁର୍ନୀତି ର ତଦନ୍ତ ସହ ତାଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଇବା ପାଇଁ ଦାବୀ କରିଛନ୍ତି |
ରାଜ୍ୟ
ନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଂ ସହିତ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଏବଂ ଏହାର ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ପୌରାଧ୍ୟକ୍ଷା ଏବଂ କାଉନସିଲର,
- Hits: 89








