ହେଡଲାଇନସ୍:

ଓଡ଼ିଶା ଯାତ୍ରା ଦର୍ଶକ ପରିବାରର ନବମବାର୍ଷିକ ଯାତ୍ରା କଳାକାର ସମ୍ମାନ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : : ଓଡ଼ିଶା ଯାତ୍ରା ଦର୍ଶକ ପରିବାର ର ନବମବାର୍ଷିକ ଯାତ୍ରା କଳାକାର ସମ୍ମାନ ଉତ୍ସବ ଗୁରୁ କେଳୁଚରଣ ଓଡ଼ିିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛିା
ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୬୫ ବିଭାଗର ପ୍ରାୟ ୧୨୦ ଯାତ୍ରା କଳାକାର ଓ ୩୦ ଜଣ ଡ୍ରାମା, ପାଲା, ମଂଚ କଳାକାରମାନଙ୍କୁ ସମ୍ମାନ ପ୍ରଦାନ କରାଯଇଥିଲାା ବରିଷ୍ଠ ଯାତ୍ରା ଅଭିନେତା ସନ୍ତୋଷ ବେହେରାଙ୍କୁ ୰ବବିତା ଜେନା ସ୍ମୃତି ସମ୍ମାନ (ଜୀବନବ୍ୟାପୀ ସାଧନା ସମ୍ମାନ) ରେ ସମ୍ମାନିତ କରାଇଥିଲା ଏବଂ ଅଭିନେତା ୰ଗଦାଧର ରାଉତ ଓ ଅଭିନେତା ୰ଅଜିତ ଦଳାଇଙ୍କୁ ୰ହୃଷୀକେଶ ବେହେରା ସ୍ମୃତି ସମ୍ମାନ (ମରଣୋତ୍ତର ସମ୍ମାନ) ରେ ସମ୍ମାନିତ କରାଯାଇଥିଲାା
ଶ୍ରେଷ୍ଠ ନାଟକ ହିସାବରେ ଯାତ୍ରା ଧଉଳିର "ଚଣ୍ଡାଶୋକ" ଓ ଯାତ୍ରା ରଙ୍ଗମହଲ ର "କଟି କଟି ଡବଲ କଟି" କୁ ସମ୍ମାନିତ କରାଯଇଥିଲା | 
ଏ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ସମାଜସେବି କନକ ପ୍ରଭା ଲେଙ୍କା, ଅଭିନେତା ଦୈତାରୀ ପଣ୍ଡା, ଅଭିନେତା ଦେବୁବ୍ରହ୍ମା, ଜ୍ୟୋତିର୍ବିଦ୍ ଭବାନୀ ଶଙ୍କର ମହାପାତ୍ର, ସିନେ ନିଦେ୍ର୍ଧଶକ ସୁଶାନ୍ତ ମଣି, ସଙ୍ଗୀତ ନିଦେ୍ର୍ଧଶକ ଲକ୍ଷ୍ମୀକାନ୍ତ ପାଲିତ୍, ନୃତ୍ୟ ନିଦେ୍ର୍ଧଶକ ନିତ୍ୟାନନ୍ଦ ଦାସ, ସାମ୍ବାଦିକ ଗିରିଜା ଶଙ୍କର ଦାଶ, ନାଟ୍ୟକାର ତଥା ଟାଟା ପାୱାର ର ଏକଜିକ୍ୟୁଟିଭଇଞ୍ଜିନିଅର ପାର୍ଥ ସାରଥି ଦାସ ତଥା ଓଡ଼ିିଶା ଯାତ୍ରା ଦର୍ଶକ ପରିବାର ର ସଭାପତି ତାରାକାନ୍ତ ବିଶ୍ୱାଳ, ଉପସଭାପତି ଧର୍ମେନ୍ଦ୍ର ମହାନ୍ତି, ସମ୍ପାଦକ ନିଳାଦ୍ରି ମିଶ୍ର, ସହ ସମ୍ପାଦକ ସାଇ ପ୍ରଭାସ ସାଶମଲ୍, କୋଷାଧକ୍ଷ ଭୈରବ ମୁନା, ମୁଖ୍ୟ ଉପଦେଷ୍ଟା ଭାବେ ଅଭିନେତା ସୁବାସ ବେହେରା, ଅଭିନେତା ରୁଦ୍ର ପ୍ରସାଦ ମିଶ୍ର, ଅରୁଣ କୁମାର ନାୟକ, ସତ୍ୟଜିତ ବିମଳମିଶ୍ର ପ୍ରମୁଖଯୋଗ ଦେଇଥିଲୋ ସମ୍ୱର୍ଦ୍ଧନା ଉତ୍ସବକୁ ଶ୍ରୀନିବାସ ଘଟୁଆରୀ ଏବଂ ଉପାସନା ମହାପାତ୍ର ପରିଚାଳନା କରିଥିଲୋଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଜୟ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

 

0
0
0
s2sdefault