~ବିଭିନ୍ନ ପ୍ରତିଯୋଗିତାରେ ୩୫ ସ୍ୱର୍ଣ୍ଣ, ୩୪ ରୌପ୍ୟ ଏବଂ ୩୩ ବ୍ରୋଞ୍ଜ ପଦକ ହାସଲ ~
ଭୁବନେଶ୍ୱର, ଫେବୃଆରୀ ୦୩, ୨୦୨୬: ପୁରୀରେ ଅନୁଷ୍ଠିତ ୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ସହିତ ରାଉରକେଲା, ପୁରୀ ଏବଂ ଜୟପୁରରେ ଥିବା ଏହାର ତୃଣମୂଳ କେନ୍ଦ୍ରର ଆଥଲେଟମାନେ ପୁରୁଷ କଳାତ୍ମକ ଜିମ୍ନାଷ୍ଟିକ୍ସ (ଏମ୍ଏଜି) ଏବଂ ମହିଳା କଳାତ୍ମକ ଜିମ୍ନାଷ୍ଟିକ୍ସ (ଡବ୍ଲୁଏଜି) ଉଭୟରେ ବିଭିନ୍ନ ବୟସ ଏବଂ ବର୍ଗରେ ଅଂଶଗ୍ରହଣ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିନିଧିତ୍ୱ କରିଥିଲେ। ଏହି ଦଳ ବିଭିନ୍ନ ପ୍ରତିଯୋଗିତାରେ ୩୫ ସ୍ୱର୍ଣ୍ଣ, ୩୪ ରୌପ୍ୟ ଏବଂ ୩୩ ବ୍ରୋଞ୍ଜ ପଦକ ସହିତ ୧୦୨ ପଦକ ଜିତିଛି, ଯାହା ଉଚ୍ଚ ପ୍ରଦର୍ଶନ ଏବଂ ତୃଣମୂଳ ସ୍ତରର ବିକାଶ ମାଧ୍ୟମରେ ସମଗ୍ର ରାଜ୍ୟରେ ଜିମ୍ନାଷ୍ଟିକ୍ସର ନିରନ୍ତର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି ।
ଏଚପିସି ପକ୍ଷରୁ ୪୫ ଜଣ ଆଥଲେଟଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ପୁରୁଷ ବର୍ଗରେ ୨୪ ଜଣ ଏବଂ ମହିଳା ବର୍ଗରେ ୨୧ ଜଣ ସିନିୟର, ଜୁନିୟର ଓ ସବ୍-ଜୁନିୟର ଆଥଲେଟ୍ ସାମିଲ ଥିଲେ, ଯେଉଁମାନେ ବିଭିନ୍ନ ବିଭାଗରେ ସ୍ଥିରତା ଓ ଦକ୍ଷତାର ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କର ଏହି ଅଂଶଗ୍ରହଣ ଓଡ଼ିଶାରେ ଉଚ୍ଚ-ପ୍ରଦର୍ଶନ ଭିତିକ ଜିମ୍ନାଷ୍ଟିକ୍ସରେ ଏଚପିସିର ଏକ ପ୍ରମୁଖ ଭୂମିକାକୁ ପ୍ରତିପାଦିତ କରିଛି।
ତୃଣମୂଳ ସ୍ତରରେ ରାଉରକେଲା ଏମଏଜି ୧୦ ବର୍ଷରୁ କମ୍ ଏବଂ ୧୨ ବର୍ଷରୁ କମ୍ ବର୍ଗରେ ୭ ଜଣ ଆଥଲେଟ୍ ଏବଂ ଡବ୍ଲ୍ୟୁଏଜି ୧୪ ବର୍ଷରୁ କମ୍ ବର୍ଗରେ ୧୩ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ, ଯାହା ମହିଳାଙ୍କ ଅଂଶଗ୍ରହଣରେ ଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି । ଏମ୍ଏଜି ୧୦, ୧୨ ବର୍ଷରୁ କମ୍ ଏବଂ ୧୪ ବର୍ଷରୁ କମ୍ ବର୍ଗରେ ୨୨ ଜଣ ଆଥଲେଟ୍ ଏବଂ ଡବ୍ଲ୍ୟୁଏଜି ୧୦ ଏବଂ ୧୪ ବର୍ଷରୁ କମ୍ ବର୍ଗରେ ୧୩ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ଜୟପୁର ଯଦିଓ ସଂଖ୍ୟାରେ କମ୍ ଥିଲା, ତଥାପି ଏମଏଜି ୧୦ ବର୍ଷରୁ କମ୍ ଏବଂ ୧୨ ବର୍ଷରୁ କମ୍ ବର୍ଗରେ ୨ଜଣ ଆଥଲେଟ୍ ଏବଂ ଡବ୍ଲ୍ୟୁଏଜି ୧୦ ବର୍ଷରୁ କମ୍ ଏବଂ ୧୨ ବର୍ଷରୁ କମ୍ ବର୍ଗରେ ୨ ଆଥଲେଟଙ୍କ ସହିତ ଦୃଶ୍ୟମାନ ପ୍ରଦର୍ଶନ କରିଥିଲା।
୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଉଲ୍ଲେଖନୀୟ ପଦକ ସଂଖ୍ୟା ଓଡ଼ିଶାର ତୃଣମୂଳସ୍ତରରୁ ଉଚ୍ଚ-ପ୍ରଦର୍ଶନ ପର୍ଯ୍ୟନ୍ତ ଯାତ୍ରାର ଦୃଢତାକୁ ପ୍ରତିଫଳିତ କରୁଛି । ଭୁବନେଶ୍ୱରରେ ଥିବା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର, ରାଉରକେଲା, ପୁରୀ ଏବଂ ଜୟପୁରର କେନ୍ଦ୍ରଗୁଡ଼ିକ ସହିତ, ଏପରି ଏକ ପରିବେଶକୁ ପ୍ରତିଫଳିତ କରୁଛି, ଯେଉଁଠାରେ ଯୁବ ପ୍ରତିଭା ଏବଂ ଉଚ୍ଚକୋଟୀର ଆଥଲେଟ୍ମାନେ ଏକତ୍ର ଭାବେ ଆଗକୁ ବଢୁଛନ୍ତି। ଏହି ସଫଳତା ଓଡ଼ିଶାରେ କ୍ରୀଡ଼ା ଉତ୍କର୍ଷତାର ଏକ ସ୍ଥାୟୀ ସଂସ୍କୃତି ଗଠନ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ନିକଟରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟମାନେ ଲିସବନରେ ଆୟୋଜିତ ଅନ୍ତର୍ଜାତୀୟ ମହାଦେଶୀୟ କପ୍ ରେ ୨୦ଟି ପଦକ ହାସଲ କରିଥିଲେ ।








